ଜିଲ୍ଲା ସ୍ତରୀୟ ଜାତୀୟ ଖାଉଟି ଦିବସ ପାଳିତ
ପୁରୀ, 24 ଡିସେମ୍ବର (ହି.ସ.) ପୁରୀ ଜିଲ୍ଲା ପ୍ରଶାସନ, ଜିଲ୍ଲା ଓଜନ ଓ ମାପ ବିଭାଗ ଆନୁକୁଲ୍ୟରେ ଜାତୀୟ ଖାଉଟି ଦିବସ ୨୦୨୫ ଜିଲ୍ଲା ସଦଭାବନା ଗୃହରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନୀଳ ମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ ଖାଉଟି ସୁରକ୍ଷା ଆଇନ ୨୦୧୯ ଏବଂ ଖାଉଟ
ଜିଲ୍ଲା ସ୍ତରୀୟ ଜାତୀୟ ଖାଉଟି ଦିବସ ପାଳିତ


ପୁରୀ, 24 ଡିସେମ୍ବର (ହି.ସ.) ପୁରୀ ଜିଲ୍ଲା ପ୍ରଶାସନ, ଜିଲ୍ଲା ଓଜନ ଓ ମାପ ବିଭାଗ ଆନୁକୁଲ୍ୟରେ ଜାତୀୟ ଖାଉଟି ଦିବସ ୨୦୨୫ ଜିଲ୍ଲା ସଦଭାବନା ଗୃହରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନୀଳ ମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ ଖାଉଟି ସୁରକ୍ଷା ଆଇନ ୨୦୧୯ ଏବଂ ଖାଉଟି ମାନଙ୍କର ଅଧିକାର ତଥା ସୁରକ୍ଷା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯିବା ସହ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପନିୟନ୍ତ୍ରିକା ଓଜନ ଓ ମାପ ବିଭାଗ ପ୍ରଗତି ନାୟକ, ଅତିରିକ୍ତ ଯୋଗାଣ ଅଧିକାରୀ ନିର୍ମଳ କୁମାର ମହାପାତ୍ର, ଡାକ୍ତର ମାନସ ରଞ୍ଜନ ଦାଶ, କୋଣାର୍କ ଏନଏସି ଚେୟାରମ୍ୟାନ ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଖାଉଟି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଆଇନଜୀବୀ ବିଜୟାନନ୍ଦ ମିଶ୍ର ଉପସ୍ଥିତ ସଦସ୍ୟ ମାନଙ୍କୁ ଖାଉଟି ସୁରକ୍ଷା ଆଇନ ସଂପର୍କରେ ଖାଉଟି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଆଇନ ର ସୁଫଳ କିପରି ସମସ୍ତଙ୍କୁ ମିଳିପାରିବ ସେ ସଂପର୍କରେ ସମସ୍ତଙ୍କୁ ବୁଝାଇଥିଲେ । ରାଜ୍ଯ ସ୍ତରୀୟ ଖାଉଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ନିହିଡ଼ା ଦ୍ବାରା ଏହି କର୍ମଶାଳା ପରିଚଳାନା କରାଯାଇଥିଲା । ପୁରୀ ସହରର ୧୦୦ରୁ ଉର୍ଦ୍ଧ୍ଵ ଖାଉଟି ଏହି ଆଲୋଚନା ସଭା ତଥା କର୍ମଶାଳାରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିହିଡାର ସଂପାଦକ ଭକ୍ତ ବିହାରୀ ମିଶ୍ର ଏହି କର୍ମଶାଳାକୁ ପରିଚାଳନା କରିବା ସହ ଖାଉଟିଙ୍କ ପାଇଁ ଥିବା ଡିଜିଟାଲ ହେବା ଓ ଖାଉଟି ସୁରକ୍ଷା ଆଇନ ୨୦୧୯ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଶଶି ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande