
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ଅନୁଗୋଳ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ସ୍ୱାମୀ
ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିର ଅନାବରଣ କଲେ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁଗୋଳ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ
ଯୁବଶକ୍ତିର ପ୍ରେରଣାଦାତା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବାର ସୌଭାଗ୍ୟ
ଲାଭ କଲି । ସ୍ୱାମୀଜୀ କହୁଥିଲେ– ଉଠ, ଜାଗ୍ରତ ହୁଅ ଏବଂ
ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏଁ ସ୍ଥିର ହୋଇ ବସିରୁହ ନାହିଁ ।” ଏହି ପ୍ରତିମା ଆଗାମୀ
ପିଢ଼ିର ଛାତ୍ରଛାତ୍ରୀଙ୍କୁ ଦେଶସେବା ଓ ଜ୍ଞାନ ଆହରଣ ପାଇଁ ସଦାସର୍ବଦା ଉତ୍ସାହିତ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା