
କେନ୍ଦ୍ରାପଡା 24 ଡିସେମ୍ବର
(ହି.ସ.) କେନ୍ଦ୍ରାପଡ଼ା ଏଡିଏମ ରବିନ୍ଦ୍ର ମଲ୍ଲିକଙ୍କ ନିକଟରେ ନିଜର ହକ ଜାହିର କରିଛନ୍ତି ପେଟଛେଲା ପଞ୍ଚାୟତର ଧାନ ଚାଷୀ ! ଗତ ୨୦ତାରିଖରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ପେଟଛେଲା ପଂଚାୟତରେ ସରକାରୀ ଜଙ୍ଗଲ ଜମିରେ ଧାନ ଚାଷକୁ ନେଇ ଉତେଜନା ଦେଖାଦେଇଥିଲା ! ଉତେଜନା ପରେ ପ୍ରଶାସନ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ! ୩୦ଏକର ଜମିର ପାଚିଲା ଧାନକୁ କିଛି ଅସାମାଜିକ ବ୍ୟକ୍ତି ଓ ଜୋର ଜବରଦସ୍ତ କାଟି ନେଇଥିବା ମହିଳା ଚାଷୀ ମାନେ ଏଡିଏମଙ୍କ ନିକଟରେ ଅଭିଯୋଗ କରିଥିଲେ ! ତେବେ ଏହି ଚାଷୀ ମାନଙ୍କୁ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି !
---------------
ହିନ୍ଦୁସ୍ଥାନ ସମାଚାର / ରବି