ରାଜ୍ୟ ଶ୍ରମ ପ୍ରତିଷ୍ଠାନଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ.) - ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସଫଳତାର ସହ ସମ୍ପନ୍ନ ହୋଇଛି। ଭୁବନେଶ୍ୱରସ
ରାଜ୍ୟ ଶ୍ରମ ପ୍ରତିଷ୍ଠାନଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ.) - ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସଫଳତାର ସହ ସମ୍ପନ୍ନ ହୋଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ଶ୍ରମ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଏହି ଶିବିରରେ ରାଜ୍ୟର ସିମେଂଟ ଉତ୍ପାଦନକାରୀ କାରଖାନାଗୁଡ଼ିକର ସୁରକ୍ଷା ସମିତି ସଦସ୍ୟମାନେ ଯୋଗ ଦେଇଥିଲେ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ କହିଥିଲେ ଯେ, ସୁରକ୍ଷା କେବଳ କିଛି ନିୟମର ପାଳନ ନୁହେଁ, ବରଂ ଏହା ପ୍ରତ୍ୟେକ କର୍ମଚାରୀଙ୍କ ଦାୟିତ୍ୱ ଓ ପାରସ୍ପରିକ ସହଯୋଗର ପରିଣାମ। ସେହିପରି ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ (ସୁରକ୍ଷା) ଡ଼. ମଳୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟସ୍ଥଳକୁ ଦୁର୍ଘଟଣାମୁକ୍ତ କରିବା ପାଇଁ ସୁରକ୍ଷା ସମିତିର ସକ୍ରିୟତା ଓ ନିୟମିତ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ୨୦୨୫ ଡିସେମ୍ବର ୧୨ ତାରିଖରେ ଆଲୁମିନିୟମ୍ କାରଖାନାର ପ୍ରତିନିଧିଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଡିସେମ୍ବର ୧୭ ଓ ୧୯ ତାରିଖରେ ଇସ୍ପାତ ଏବଂ ଲୌହ କାରଖାନାର ପ୍ରତିନିଧିଙ୍କୁ ନେଇ ଦ୍ୱିତୀୟ ଓ ତୃତୀୟ ଶିବିର କରାଯାଇଥିଲା । ଆଜି ସିମେଣ୍ଟ ଉତ୍ପାଦନକାରୀ କାରଖାନାଗୁଡ଼ିକର ସୁରକ୍ଷା ସମିତି ସଦସ୍ୟମାନଙ୍କୁ ନେଇ ଆୟୋଜିତ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ସମ୍ପନ୍ନ ହୋଇଛି। ଡ଼ା. କିରଣକାନ୍ତି ପଣ୍ଡା, ଇଏଚ୍‌?ଏସ୍ କନସଲ୍ଟାଣ୍ଟ, ଏଚ୍‌ଏସ୍‌ଇ ପୂର୍ବତନ ମୁଖ୍ୟ ଓ ପରାମର୍ଶଦାତା, ଏଏମ୍‌- ଏନ୍‌ଏସ୍ ଇଣ୍ଡିଆ, ଶ୍ରୀ ନିରଞ୍ଜନ ଦାଶ, ଟିଆରଏଲ କ୍ରୋସକି ରେଫ୍ରାକ୍ଟୋରିସ ଲିମିଟେଡ, ଝାରସୁଗୁଡା, ଡ଼ା. ନିହାରକାନ୍ତି ରାଉତ, ଇଏଚଏସ କନସଲ୍ଟାଣ୍ଟ, ପାରାଦୀପ ଫୋସଫେଟ ଲିମିଟେଡ, ଜଗତସିଂପୁର ପ୍ରଶିକ୍ଷକ ଭାବେ ଯୋଗଦେଇ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ୩୧ ଜଣ ତାଲିମପ୍ରାପ୍ତ ସଦସ୍ୟଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande