
କେନ୍ଦ୍ରାପଡା24 ଡିସେମ୍ବର (ହି.ସ.) କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଚକ୍ରୋଡା ପଞ୍ଚାୟତର ସରପଞ୍ଚ ତନୁଜା ନାୟକ ଜ୍ଝଏହି ପଞ୍ଚାୟତର ତରାପୁର ପଦାଲ ଗ୍ରାମର ନିଶି ଦେଇ ବୟସ ୭୫ ଯିଏ କି ସମ୍ପୂର୍ଣ ଅସହାୟ ବୃଦ୍ଧ ମହିଳା ଜ୍ଝତାଙ୍କ ସ୍ୱାମୀଙ୍କ ଦୀର୍ଘ ଦିନ ହେବ ପରଲୋକ ଘଟିଛି ଜ୍ଝ ଘର କହିଲେ ନୁଆଁଣିଆ ଚାଳ ଛପର ଘର ଜ୍ଝ ପକା ଛାତ ଘର ସାତସ୍ୱପ୍ନ ପାଲଟିଛି ନିଶିଙ୍କ କ୍ଷେତ୍ରରେ ଜ୍ଝମାସ ଶେଷର ଭତ୍ତା ଟଙ୍କା ହିଁ ବଞ୍ଚିବାର ସାହା ଭରଷା ଜ୍ଝ ଏହି ଦୟନୀୟ ପରିସ୍ଥିତିରେ ଚକ୍ରୋଡା ସରପଞ୍ଚ ତନୁଜା ନାୟକ ତାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ଜ୍ଝ ଶୀତ ଦିନ ହୋଇଥିବାରୁ କମ୍ବଳ, ରାସନ ସାମଗ୍ରୀ, ପିନ୍ଧା ବସ୍ତ୍ର ଓ ଶୁଖିଲା ଖାଦ୍ୟ ନିଶି ଦେଇଙ୍କୁ ପ୍ରଦାନ କରି ଖୁବ ଶୀଘ୍ର ଏକ ଆବାସ ଗୃହ ପ୍ରଦାନ କରିବାକୁ ସରପଞ୍ଚ ପ୍ରତିଶୃତି ଦେଇଛନ୍ତି ଜ୍ଝ ଏହି କାର୍ୟ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ସମାଜସେବୀ ନିରଞ୍ଜନ ନାୟକ,ନାୟବ ସରପଞ୍ଚ ଜ୍ଞାନରଞ୍ଜନ ଲେଙ୍କା,ୱାର୍ଡସଭ୍ୟ ପ୍ରଶାନ୍ତ ମଲ୍ଲିକ,ଅଭିରାମ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ ଜ୍ଝ
ହିନ୍ଦୁସ୍ଥାନ ସମାଚାର / ରବି