
ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ)- ଖୋର୍ଧା ରୋଡ୍ ହାଫ୍ ମାରାଥନ୍ ଭୁବନେଶ୍ୱର-୨୦୨୬ର ଦ୍ୱିତୀୟ ସଂସ୍କରଣ ସମ୍ବନ୍ଧରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା), ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ୱାରା ୧ ଫେବୃଆରୀ ୨୦୨୬ରେ ଆଇଆଇଟି ଭୁବନେଶ୍ୱର ସହଯୋଗରେ ଆୟୋଜିତ ହେବ ।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠି ସାମ୍ବାଦିକ ସମ୍ମିଳନୀ ସମୟରେ ସୂଚନା ଦେଇ କହିଛନ୍ତି ଯେ ଏହି ପ୍ରମୁଖ କ୍ରୀଡା ଇଭେଣ୍ଟର ଲକ୍ଷ୍ୟ ନାଗରିକମାନଙ୍କ ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବା ସହିତ ଫିଟନେସ୍, ସୁସ୍ଥତା ଏବଂ ସାମୁହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା । ଏହି ଅବସରରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ତଥା କ୍ରୀଡା ଅଧିକାରୀ ଅନିଲ କୁମାର ଏସ୍ ଏବଂ ମଣ୍ଡଳ ମେକାନିକାଲ୍ ଇଞ୍ଜିନିୟର (କୋଚିଂ) ତଥା ସହକାରୀ କ୍ରୀଡା ଅଧିକାରୀ ମନୀଷ କୁମାର ମୀନା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ବିବରଣୀ ସମ୍ବନ୍ଧରେ ଆଲୋକପାତ କରାଇଥିଲେ ।
ଏହି ମାରାଥନରେ ଚାରୋଟି ଦୌଡ଼ ବର୍ଗ ରହିବ - ୨୧.୧ କି.ମି. ହାଫ୍ ମାରାଥନ୍, ୧୦ କି.ମି. ହାଫ୍ ମାରାଥନ୍, ୫ କି.ମି. ମଜା ଦୌଡ଼ ଏବଂ ୨ କି.ମି. ପାରିବାରିକ ଦୌଡ଼ ଅନ୍ତର୍ଭୁକ୍ତ ଯାହା ଦେଶର ବିଭିନ୍ନ ପ୍ରାନ୍ତରୁ ବୃତିଗତ ଦୌଡ଼କୁଦ ଖେଳାଳୀ, ରେଳ କର୍ମଚାରୀ, ଛାତ୍ରଛାତ୍ରୀ, ପରିବାର ଏବଂ ଫିଟନେସ୍ ଉତ୍ସାହୀମାନଙ୍କୁ ଉତ୍ସାହିତ କରିବ । ୨୧.୧ କିମି ଏବଂ ୧୦ କିମି ହାଫ୍ ମାରାଥନ୍ ସମୟସୀମା ଅନୁଯାୟୀ ହେବ ଯାହା ପ୍ରମାଣିତ ଚିପ୍-ଆଧାରିତ ସମୟ ପ୍ରଣାଳୀ ସହିତ ପରିଚାଳିତ ହେବ ।
ଏହି ଇଭେଣ୍ଟ ଇକୋର୍ସା କ୍ରିକେଟ୍ ଷ୍ଟାଡିୟମ, ଖୋର୍ଦ୍ଧା ରୋଡରେ ଆରମ୍ଭ ହୋଇ ଏକ ସୁନ୍ଦର ଏବଂ ସୁରକ୍ଷିତ ମାର୍ଗ ସହିତ ଆଇଆଇଟି ଭୁବନେଶ୍ୱର ମାର୍ଗ ଦେଇ ଗତି କରିବ ଏବଂ ବ୍ରହ୍ମପୁରାରେ ଏକ ଟ-ଟର୍ନ ନେଇ ପୁନର୍ବାର ଷ୍ଟାଡିୟମକୁ ଫେରି ଶେଷ ହେବ। ଅଂଶଗ୍ରହଣକାରୀଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଟ୍ରାଫିକ୍ ପରିଚାଳନା, ହାଇଡ୍ରେସନ୍ ଷ୍ଟେସନ୍, ଚିକିତ୍ସା ସୁବିଧା ଏବଂ ସ୍ୱେଚ୍ଛାସେବୀ ସହାୟତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯିବ।
୨୧.୧ କିମି ଏବଂ ୧୦ କିମି ବର୍ଗ (ପୁରୁଷ ଏବଂ ମହିଳା) ରେ ବିଜେତାମାନଙ୍କୁ ମୋଟ ୨.୩୨ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ । ସମସ୍ତ ପଞ୍ଜିକୃତ ଅଂଶଗ୍ରହଣକାରୀ ପ୍ରିମିୟମ୍ ଇଭେଣ୍ଟ ଟି-ସାର୍ଟ, ଫିନିସର୍ ପଦକ, ରିଫ୍ରେଶମେଣ୍ଟ୍, ଇ-ସାର୍ଟିଫିକେଟ୍ ଏବଂ ବୃତିଗତ ଦୌଡ଼ ଫଟୋଗ୍ରାଫ୍ ପାଇବେ ।
୨୧.୧ କିଲୋମିଟର ହାଫ୍ ମାରାଥନ୍ (ସମୟସୀମା): ?୬୯୯ (୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ)
ଚା ୧୦ କିଲୋମିଟର ଦୌଡ଼ (ସମୟସୀମା): ?୫୯୯ (୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ)
ଚା ୫ କିଲୋମିଟର ମଜା ଦୌଡ଼ (ସମୟସୀମା ନୁହେଁ): ?୪୯୯ (୧୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ)
ଚା ୨ କିଲୋମିଟର ପାରିବାରିକ ଦୌଡ଼ (ସମୟସୀମା ନୁହେଁ): ?୩୯୯ (୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ)
୧୫ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ପଞ୍ଜିକରଣ ଖୋଲା ଅଛି । ଅଧିକ ବିବରଣୀ ପାଇଁ, ଅଂଶଗ୍ରହଣକାରୀମାନେ ଅଫିସିଆଲ୍ ଇଭେଣ୍ଟ ୱେବସାଇଟ୍ ପରିଦର୍ଶନ କରିପାରିବେ କିମ୍ବା ୮୪୫୫୮୮୭୯୫୯ ରେ ଆୟୋଜକଙ୍କ ସହିତ ଯୋଗାଯୋଗ କରିପାରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା