
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ସ୍ନେହାଙ୍ଗିନଙ୍କ ମନ୍ତବ୍ୟକୁ ଦୋହରାଇଲେ ବିଜେଡି
ବିଧାୟକ ପ୍ରଦୀପ ସାହୁ । ସେ କହିଛନ୍ତି ଯେ, ସୁଜାତାଙ୍କ ବିଜେଡି ଏଣ୍ଟ୍ରି ପ୍ରଶ୍ନରେ କହିଲେ
ନବୀନ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ । ସବୁ ଦଳରେ ମେଳି ହେଉଛି । ଏହା ଏକ
ଚିରା ଚରିତ ପ୍ରକ୍ରିୟା । ରାଜନୀତିରେ ଏମିତି ଉଥାନ ପତନ ରହିଛି । ତାହା ଆସିବ ଯିବ । ଯେମିତି
ମଇଁଷି ସିଙ୍ଘ ଫଟା ଯୁଝିଲା ବେଳକୁ ଗୋଟା । ମେଳିକୁ ନେଇ ଚର୍ଚ୍ଚା ଏମିତି ରହିବ । ରାଜନୀତିରେ
ଚର୍ଚ୍ଚାରେ ନ ରହିଲେ ଦଳ ଆଗକୁ କେମିତି ଯିବ ।
କିନ୍ତୁ ଯିଏ ଭଲ କାମ କରିବ ତାହା ସହ ଲୋକ ରହିବ । ସେହିପରି ଅରୁଣଙ୍କ ଦ୍ୱନ୍ଦ୍ୱପ୍ରସଙ୍ଗରେ
କହିଛନ୍ତି ସେମିତି କିଛି ନାହିଁ । ସେଭଳି କୌଣସି ବ୍ୟସ୍ତ ବିବ୍ରତ ହେଲା ଭଳି ସେ ବ୍ୟକ୍ତି
ନୁହନ୍ତି । ଅତି ଶାନ୍ତ ସରଳ । ତାଙ୍କ ନିର୍ଦ୍ଦେଶ ଓ ଆଦେଶ ସବୁବେଳେ ଉପଯୋଗୀ ହୋଇଛି ବୋଲି
ପ୍ରଦୀପ ସାହୁ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା