
ଧର୍ମଶାଳା,୨୪ ଡିସେମ୍ବର(ହି.ସ.) - ଯାଜପୁର ବ୍ଲକ ଝାଲପଡା ପଂଚାୟତସ୍ଥ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟ ସାଇ ଖେଳ ପଡିଆରେ ଚାଲିଥିବା ୪୨ତମ ସତ୍ୟସାଇ କ୍ରିକ୍ରେଟ୍ ଟୁର୍ଣ୍ଣାମେଂଟର ଆଜିର ମ୍ୟାଚରେ ଇଲେଭେନ ଷ୍ଟାର ଯାଜପୁରକୁ ହରାଇ ୩ୟ ଦଳଭାବେ ସାଇ ଇଲେଭେନ ଭୁବନେଶ୍ୱର ସେମି ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଭୁବନେଶ୍ୱର ବ୍ୟାଟିଂ କରି ନିଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୩୦ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସତ୍ୟକାନ୍ତ ଭରଦ୍ୱାଜ ୭୬ ରନ ସଂଗ୍ରହ କରିଥିଲେ। ବିପକ୍ଷ ଦଳର ବୋଲର ଅନସୁଲ ବାରିକ ସର୍ବାଧିକ ୪୪ ରନ ଦେଇ ୩ଟି ଉଇକେଟ ନେଇଥିଲେ ।
ଜବାବରେ ଯାଜପୁର ୨୩୧ ରନର ବିଜୟ ଳକ୍ଷ ନେଇ ବ୍ୟାଟିଂ କରି ୧୯ ଓଭରରେ ସମସ୍ତ ଉଇକେଟ ହରାଇ ୨୧୧ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ କୋଟଲା ମାଧବ ୩୩ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ରାମଚନ୍ଦ୍ର ବେହେରା ୨ଟି ଉଇକେଟ ନେଇଥିଲେ । ଭୁବନେଶ୍ୱର ୩ୟ ଦଳଭଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ପ୍ରଭାତ କୁମାର ଜେନା ଓ ସୌମ୍ୟ ରଂଜନ ଦାସ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ