
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ।
ବରିଷ୍ଠ ରାଜସ୍ଵ ସହାୟକ ବାସୁଦେବ ଭୋଇଙ୍କ ବାସଭବନରେ ଚଢଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି
ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ଜାରି ରହିଛି। ବରଗଡ, ସମ୍ବଲପୁରରେ
ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଚାଲିଛି। ବରଗଡରେ ଥିବା ଆବାସିକ ଦୁଇ ମହଲା କୋଠା, ସମ୍ବଲପୁର
ଚାରଭାଟିରେ ଥିବା କୋଠା, ବରଗଡରେ ଥିବା ପୈତୃକ ଘର, ସମ୍ବଲପୁରରେ ଥିବା
ତାଙ୍କ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଉଛି। ଦୁଇ ଡିଏସ୍ପି ଓ
୮ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀମାନେ ଚଢାଉରେ ସାମିଲ ଅଛନ୍ତି।
ରେଡ୍ ବେଳେ ତାଙ୍କର ଗୋଟିଏ ବହୁମହଲା ବିଲ୍ଡିଂ, 15ଟି ପ୍ଲଟ,
ଗୋଟିଏ କାର ଠାବ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା