
ମାଲକାନଗିରି, ୨୫ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର ବାଲିମେଳା ସ୍ଥିତ ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୨ ପରିସରରେ ଏହାର ଦ୍ୱିତୀୟ ଆଲୁମିନା ମିଟ୍ ୨୦୨୫ ଆଜି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆଲୁମିନା ଆସୋସିଏସନ୍ ର ପୂର୍ବତନ ସଭାପତି ରାଜକୁମାର କୁରାମୀ ସଭାପତିତ୍ୱ କରିଥିଲାବେଳେ ନବୋଦୟ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରିନ୍ସିପାଲ ସିଦ୍ଧାର୍ଥ ଜିଙ୍ଗୋନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୧୯୮୫ ମସିହାର ପ୍ରଥମ ବ୍ୟାଚ ଛାତ୍ର ଏଲ.ଏନ. ଆଚାର୍ଯ୍ୟ, ସମାଜସେବୀ ଭଗବାନ ସାହୁ, ଶିକ୍ଷୟିତ୍ରୀ ରୀନା ସେଠୀ ଓ ଟି.ଭି.ୱ।ଲେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱ।ଗତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ବାଗମୟୀ ସରସ୍ଵତୀଙ୍କ ବନ୍ଦନା ପାଠ କରାଯାଇ ଥିଲା ଓ ଏହାପରେ ସାମୁହିକ ନବୋଦୟ ପ୍ରାର୍ଥନା ଗାନ କରାଯାଇଥିଲା । ନିଜର ଅଭିଭାଷଣରେ ମୁଖ୍ୟ ଅତିଥି କହିଥିଲେ ଯେ, ନବୋଦୟକୁ ଜାଣିବା ପାଇଁ ଏହାର ମୋଟୋ ବା ମହତ୍ ଉଦ୍ଦେଶ୍ୟ ହିଁ ବହୁତ କିଛି କଥା କହିଥାଏ , ତା ହେଉଛି, ଏଠାକୁ ଆସ ଶିଖିବା ପାଇଁ ଓ ଏଠାରୁ ଯାଅ ସମାଜର ସେବା ପାଇଁ । ଅନ୍ୟ ଆଲୁମିନା ସଦସ୍ୟମାନେ ମଧ୍ୟ ସମ ଭାବରେ ନିଜ ନିଜର ଭାବନା ବ୍ୟକ୍ତ କରିବା ସହ ଅତୀତ ସ୍ମୃତିର ରୋମନ୍ଥନ କରିଥିଲେ । ପୁରାତନ ସ୍ମୃତି ବଖାଣିବା ବେଳେ କେତେକ ମଜାଳିଆ ଓ କୌତୁକିଆ କଥାଶୁଣି ସମସ୍ତେ ହସିବାରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା । ଶେଷରେ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କ ସହ ବର୍ତ୍ତମାନ ପଢୁଥିବା ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ, ଯାହାକୁ ସମସ୍ତେ ମନଭରି ଉପଭୋଗ କରିଥିଲେ । ଏହାପରେ ବିଦ୍ୟାଳୟର କୃତ୍ତି ପ୍ରତିଭା ମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ମାନପତ୍ର ପ୍ରଦାନ ସ୍ଵରୁପ ପୁରସ୍କୃତ କରିଥିଲେ ।
ଆଜିର ଏହି ଆଲୁମିନା ମିଟ୍ କୁ ବାଲିମେଳା ଜେ.ଏନ୍. ଭି-୨ ର ଦିତୀୟ ବ୍ୟାଚର ଛାତ୍ର ତଥା ଆଲୁମିନା ସଭାପତି ରାହୁଲ ରାଏ, ଉପ ସଭାପତି ବିପ୍ଳବ ବୈରାଗୀ, ସମ୍ପାଦକ ସଞ୍ଜୟ କୁମାର ବେହେରା, ସହ ସମ୍ପାଦକ ଊସଶ୍ରୀ ନାୟକ, କୋଷାଧ୍ୟକ୍ଷ ଅନ୍ତିମଜୟ ମଣ୍ଡଳ,ସହ କୋଷାଧ୍ୟକ୍ଷ ଅଙ୍କିତା ପାଢୀ, ଆଲୁମିନା ସ°ଯୋଜକ ଅଜୟ କୁମାର ସୋଡି ଓ ସ୍ମୃତିଶିଖା ଦେବୀ ପ୍ରମୁଖ ସଫଳତାର ସହ ଆୟୋଜନ କରିଥିଲେ। ଯାହାଙ୍କୁ ନବୋଦୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପୁର୍ଣମାତ୍ରାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ