ତେନ୍ତୁଳିଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବଲାଙ୍ଗିର, ୨୫ ଡିସେମ୍ବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ତେନ୍ତୁଳିଖୁଣ୍ଟିର ଦଶମ ବାର୍ଷିକ ଉତ୍ସବ ସଭାପତି ସୁଦାମ ଚରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଗୁଡଭେଲା ବ୍ଲକ୍ ଅଧକ୍ଷ ଅଶୋକ ଚନ୍ଦ୍ର ଦୋରା, ଉପାଧ୍ୟକ୍ଷ ଟୁକୁରାମ ପାଣୀଗ
ତେନ୍ତୁଳିଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ


ବଲାଙ୍ଗିର, ୨୫ ଡିସେମ୍ବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ତେନ୍ତୁଳିଖୁଣ୍ଟିର ଦଶମ ବାର୍ଷିକ ଉତ୍ସବ ସଭାପତି ସୁଦାମ ଚରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଗୁଡଭେଲା ବ୍ଲକ୍ ଅଧକ୍ଷ ଅଶୋକ ଚନ୍ଦ୍ର ଦୋରା, ଉପାଧ୍ୟକ୍ଷ ଟୁକୁରାମ ପାଣୀଗ୍ରାହି ଓ ତେନ୍ତୁଳିଖୁଣ୍ଟି ଗ୍ରା.ପ.ର ସରପଞ୍ଚ ଗୃଦା ନନ୍ଦ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ତୁଷୁରା ସଂକୁଳ ପ୍ରମୁଖ ତଥା ବିଶିଷ୍ଟ ଶିକ୍ଷାବିତ୍ ଆଶୁକବି ଡ. ହେମନ୍ତ କୁମାର ଦାଶ ଯୋଗଦେଇ ଶିଶୁର ସର୍ବାଙ୍ଗୀନ ବିକାଶରେ ପିତାମାତାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଥପିର ମନହିରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ଡିଙ୍ଗର ବାଗ ବାର୍ଷିକ ବିବରଣୀ ପଠନ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଶିଶୁ ଭାଇ ଉଉଣୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମିନାକ୍ଷୀ ଦଣ୍ଡସେନା, ଦେବନ୍ତି ଝାଙ୍କର, ସୁମତି ଦୀପ, ରଣଜିତ ଦୀପ, ବିକ୍ରମ ଦୀପ, ଲୋକନାଥ ବାଗ, ମିନାକ୍ଷୀ ବଗର୍ତ୍ତୀ, ଚାରୁଲତା ବେସ୍କା, ଭାରତୀ ଭୋଇ, ନିକିତା ମହାନନ୍ଦ, ପ୍ରଭାସିନୀ ବାଘ, ଉର୍ମିଳା ରଣା, ସେବକ ଓ ସେବିକା ପୁଷ୍ପମିତ୍ର ସେନାପତି, କୁନ୍ଦ ଥପା, ବେନ୍ଦଳା ମାଝୀ, ପରିଚାଳନା ସମିତି ସଭ୍ୟ ସଭ୍ୟା ତରଣୀ ସେନ ପ୍ରଧାନ, ଜଗଦିଶ ନାଗ, ଶ୍ରୀମତୀ ରାଜକୁମାରୀ ଝାଙ୍କର, ମାତୃ ଭାରତୀ ମାଆମାନେ ଓ ଅଭିଭାବକ ଓ ଅଭିଭାବିକାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande