
ନୂଆପଡ଼ା, ୨୫ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ବୈଧ ମାପ ଓ ଓଜନ ବିଭାଗ ଓ ସ୍ବେଛାସେବୀ ସଂଗଠନ ପରଦା ର ମିଳିତ ଆନୁକୂଲ୍ୟରେ ଜାତୀୟ ଉପଭୋକ୍ତା ଦିବସ ସ୍ଥାନୀୟ ସଦଭାବନା ସଭାଗୃହରେ ଆଜି ପାଳିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଥଣ୍ଡୁରାମ ନାଏକ ଏସିଏସଓ ନୂଆପଡା, ସମ୍ମାନିତ ଅତିଥି ପୃଥୁରାଜ ହଁlସଦା, ଜିଲ୍ଲା ବୈଧମାପ ଓ ଓଜନ ବିଭାଗ ଅଧିକାରୀ, ପରମାନନ୍ଦ ହଂସ ଜିଲ୍ଲା ଖାଉଟି କଲ୍ୟାଣ ଅଦାଲତ, ରମାକାନ୍ତ ବିଶ୍ଵାଳ ଏସଡିଆଇପିଆରଓ ନୂଆପଡା, ମୁଖ୍ୟ ବକ୍ତା ନାରାୟଣ ପ୍ରତାପ ଯୋଶୀ ଆଇନଜୀବି ଅଂଶ ଗ୍ରହଣ କରିଥିଲେ l ପରଦା ର ଅଧ୍ୟକ୍ଷ ରୁଦ୍ର ଚରଣ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏସିଏସଓ ଥଣ୍ଡୁରାମ ନାଏକ ଜିଲ୍ଲାର ରାସନ କାର୍ଡଧାରୀଙ୍କୁ ଠକାମୀର ଶିକାର ନ ହୋଇ ସଠିକ ପରିମାଣରେ ଓଜନ ମାପକୁ ଦେଖି ଚାଉଳ ନେବା ପାଇଁ ଓ ନୂତନ ରାସନ କାର୍ଡ ପାଇଁ ସରକାରଙ୍କ ନିୟମର ମାପ ଦଣ୍ଡ ଅନୁସାରେ କାର୍ଡ ସମସ୍ତ ଗରିବ ପରିବାର ପାଇପାରିବେ ବୋଲି ବାର୍ତ୍ତା ଦେଇଥିଲେ। ପରମାନନ୍ଦ ହଂସ ଜିଲ୍ଲା ଖାଉଟି କଲ୍ୟାଣ ଅଦାଲତ ନୂଆପଡା ସମସ୍ତ ଉପଭୋକ୍ତା ମାନେ ଡିଜିଟାଲ ମାଧ୍ୟମରେ ନ୍ୟାୟ ଏବଂ ଶୀଘ୍ର ଅଭିଯୋଗର ସମାଧାନ କିପରି ନିଜ ଘରେ ରହି ଅନଲାଇନ ମାଧ୍ୟମରେ ଖାଉଟି କୋର୍ଟ ର ଆଶ୍ରୟ ନେଇ ପାରିବେ ସେ ଉପରେ ସଚେତନ କରିଥିଲେ। ଆଇନଜୀବି ନାରାୟଣ ଯୋଶୀ ଉପଭୋକ୍ତା ମାନଙ୍କ ଅଧିକାର ଓ ବିଭିନ୍ନ ଆଇନ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ। ପୃଥ୍ଵୀରାଜ ହଁସଦା ଜିଲ୍ଲା ବୈଧ ମାପ ଓ ଓଜନ ବିଭାଗ ନୂଆପଡା ଜାତୀୟ ଉପଭୋକ୍ତା ଦିବସ ଉପଲକ୍ଷେ ସମସ୍ତ ଉପଭୋକ୍ତା ମାନେ ଓଜନ କଣ୍ଟା, ବଟକରା, ପେଟ୍ରୋଲ ପମ୍ପରେ କିପରି ଉପଭୋକ୍ତା ମାନେ ଠକାମୀ ର ଶିକାର ନ ହୋଇ ପାରିବେ ସେ ଉପରେ ନିଜ ନିଜ ଅଂଚଳରେ ସଚେତନତା ପ୍ରଦର୍ଶନ କରିବା ପାଇଁ ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉମାଶଙ୍କର ପଟେଲ, ରାଜେଶ ସାହୁ, ମାଧବ ଦାଶ ବିଭୀଷଣ ପୋଢ଼, ତୁଳସୀ ମାଝୀ, ଶଙ୍କର ବିଶ୍ବାଳ, ମାନବୀ ଉଜିର ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ