ଆନନ୍ଦ ଉଲ୍ଲାସରେ ବଡଦିନ ପାଳିତ, ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ମିଳିତ ପ୍ରାର୍ଥନା
ଜୟପୁର, ୨୫ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହର ସମେତ ଆଖାପାଖ ଗ୍ରାମାଞ୍ଚଳରେ ଆନନ୍ଦ ଉଲ୍ଲାସରେ ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିବସ ବଡଦିନ ଗୁରବାର ଆନନ୍ଦ ଉଲ୍ଲାସରେ ପାଳନ ହୋଇଥିଲା । ଖ୍ରୀଷ୍ଟିଆନ ଧର୍ମାବଲମ୍ବି ମାନେ ପୂର୍ବାହ୍ନରେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଚର୍ଚ୍ଚର
ଆନନ୍ଦ ଉଲ୍ଲାସରେ ବଡଦିନ ପାଳିତ, ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ମିଳିତ  ପ୍ରାର୍ଥନା


ଜୟପୁର, ୨୫ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହର ସମେତ ଆଖାପାଖ ଗ୍ରାମାଞ୍ଚଳରେ ଆନନ୍ଦ ଉଲ୍ଲାସରେ ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିବସ ବଡଦିନ ଗୁରବାର ଆନନ୍ଦ ଉଲ୍ଲାସରେ ପାଳନ ହୋଇଥିଲା । ଖ୍ରୀଷ୍ଟିଆନ ଧର୍ମାବଲମ୍ବି ମାନେ ପୂର୍ବାହ୍ନରେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଚର୍ଚ୍ଚରେ ପହଞ୍ଚି ବିଭିନ୍ନ ପର୍ଯ୍ୟାୟରେ ମିଳିତ ଭାବେ ପ୍ରାର୍ଥନା କରିଥିଲେ । ଏହିପରି ଚର୍ଚ୍ଚ ଗୁଡିକୁ ଗତ ଦୁଇଦିନ ହେଲାଣି ବିଭିନ୍ନ ରଙ୍ଗର ଲାଇଟରେ ସାଜସଜ୍ଜା କରାଯାଇଥିଲା । ଆଜି ଚର୍ଚ୍ଚରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପୁରୁଷ, ମହିଳା ସମସ୍ତେ ମିଳିତ ଭାବେ ବାଇବେଲ ପାଠ କରିବା ସହ ଚର୍ଚ୍ଚ କର୍ତ୍ତୃପକ୍ଷ ଯୀଶୁଙ୍କ ବାଣୀ ନେଇ ଲୋକଙ୍କୁ ଶାନ୍ତି, ମୈତ୍ରୀ, ଧର୍ମ ଓ ସତ୍ୟପଥରେ ପରିଚାଳିତ ହେବା ନେଇ ପରାମର୍ଶ ଦେଇଥିଲେ । ଜୟପୁର ଜେଇଏଲସିର ମୁଖ୍ୟ ଚର୍ଚ୍ଚରେ ଡିନ୍ ସୁଧାଂଶୁ ଶେଖର ଚାନ୍ଦ, ଟାଉନ ପାଷ୍ଟର ହେଲିନା ଚାନ୍ଦ, ନିର୍ମଳଚନ୍ଦ୍ର ଖୋସ୍ଲା ବଡଦିନ ପାଳନ ଅବସରରେ ଧର୍ମାଲମ୍ବୀ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବିଭିନ୍ନ ପର୍ଯ୍ୟାୟରେ ମିଳିତ ପ୍ରାର୍ଥନା କରାଇଥିଲେ । ଏହି ପବିତ୍ର ଦିବସରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏବଂ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଚର୍ଚ୍ଚ ଠାରେ ନିଜ ବକ୍ତବ୍ୟରେ ସମସ୍ତ ଜୟପୁର ବାସିନ୍ଦାଙ୍କୁ ଶୁଭକାମନା ଜଣାଇବା ସହିତ ସହରରେ ଭାଇଚାର ସହିତ ଶାନ୍ତିରେ ସମସ୍ତ ଧର୍ମାବଲମ୍ବୀ ମାନେ ମିଳିତ ଭାବେ ବଡଦିନରେ ଯୋଗ ଦେଇଥିବା ଯୋଗୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଜେଇଏଲସି ଖ୍ରୀଷ୍ଟ ପଞ୍ଚାୟତର ସଭାପତି ପ୍ରଭାତ କୁମାର ବେନିଆ, ଉପସଭାପତି ବୁନ ସାଗର, ସ୍ଥାନୀୟ ପୌର କାଉନସିଲର ପ୍ରଣବ କିଶୋର ନାୟକ, ମଧୁସ୍ମିତା ଓରାନ ପ୍ରମୁଖ ଚର୍ଚ୍ଚରେ ମିଳିତ ପ୍ରାର୍ଥନା ବେଳେ ଉପସ୍ଥିତ ରହିଥିଲେ। ସେହିପରି ଜୟପୁର ସହରର ଆଖପାଖ ହାନ୍ନାଗୁଡା, ହାଟପଦା, ବାମୁଣିଗାଁ, ଧନପୁର, ବାରିଣିପୁଟ, ସନ୍ତୋଷପୁର, ଆମ୍ବାଗୁଡା ପ୍ରମୁଖ ଚର୍ଚ୍ଚରେ ସ୍ଥାନୀୟ ଖ୍ରୀଷ୍ଟିୟ ଧର୍ମାବଲମ୍ବିଙ୍କ ପକ୍ଷରୁ ମିଳତ ପ୍ରାର୍ଥନା କରାଯାଇଥିଲା ।

ଏହି ଅବସରରେ ଅନ୍ୟାନ୍ୟ ଧର୍ମର ଲୋକ ମାନେ ଚର୍ଚ୍ଚରେ ପହଞ୍ଚି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ବଡଦିନର ଶୁଭକାମନା ଜଣାଇଥିଲେ । ସଂଧ୍ୟାରେ ଚର୍ଚ୍ଚ ଠାରେ ମିଳିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande