ବିଶ୍ୱ ବିନାୟକ ପବ୍ଲିକ ସ୍କୁଲ, ଖିରେଇଟାଙ୍ଗିରି ର ବାର୍ଷିକ ଉତ୍ସବ
କେନ୍ଦୁଝର, ୨୫ ଡିସେମ୍ବର (ହି.ସ.) - ବିଶ୍ୱ ବିନାୟକ ପବ୍ଲିକ ସ୍କୁଲ, ଖିରେଇଟାଙ୍ଗିରି ର ବାର୍ଷିକ ଉତ୍ସବ “କଳିକା–୨୦୨୫” ଗତକାଲି ଆଡମ୍ବରପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ସଫଳତାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତି ଉତ୍ସବ ମଧ୍ୟ ଗରିମାମୟ ଭାବେ ପାଳିତ ହୋଇଥିଲା।
Siddhi vinayak school annual day


କେନ୍ଦୁଝର, ୨୫ ଡିସେମ୍ବର (ହି.ସ.) - ବିଶ୍ୱ ବିନାୟକ ପବ୍ଲିକ ସ୍କୁଲ, ଖିରେଇଟାଙ୍ଗିରି ର ବାର୍ଷିକ ଉତ୍ସବ “କଳିକା–୨୦୨୫” ଗତକାଲି ଆଡମ୍ବରପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ସଫଳତାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତି ଉତ୍ସବ ମଧ୍ୟ ଗରିମାମୟ ଭାବେ ପାଳିତ ହୋଇଥିଲା।

କେନ୍ଦୁଝର ଜିଲ୍ଲାର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉତ୍ସବକୁ ଗୌରବମଣ୍ଡିତ କରିଥିଲେ। ସେ ତାଙ୍କ ଉଦ୍ୱୋଧନୀ ଭାଷଣରେ “ବନ୍ଦେ ମାତରମ୍‌” ଦେଶପ୍ରେମ ଓ ଜାତୀୟ ଏକତାର ଅମର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ ଏବଂ ଏହାର ୧୫୦ ବର୍ଷ ପୂର୍ତିକୁ ଏପରି ଶିକ୍ଷାନୁଷ୍ଠାନରେ ପାଳନ କରାଯିବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ।

ସେ ଏହି ଅବସରରେ ଖିରେଇଟାଙ୍ଗିରିକୁ ସାଂସଦ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବାରେ ଗ୍ରାମବାସୀ, ଶିକ୍ଷକ-ଶିକ୍ଷିକା ଓ ପରିଚାଳନା ସମିତିଙ୍କ ସଂଯୁକ୍ତ ପ୍ରୟାସକୁ ସାଧୁବାଦ ଜଣାଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ଓ ଭବିଷ୍ୟତ ଜୀବନରେ ସଫଳତା ପାଇଁ ଏହା ମାର୍ଗଦର୍ଶକ ହେବ ବୋଲି ମତ ପ୍ରକାଶ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷିକା ସୁନୀତା ମହାନ୍ତ ବାର୍ଷିକ ରିପୋର୍ଟ ପାଠ କରି ବିଦ୍ୟାଳୟର ଶିକ୍ଷାତ୍ମକ, ସାଂସ୍କୃତିକ ଓ କ୍ରୀଡା କ୍ଷେତ୍ରର ସଫଳତା ସହିତ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀଣ ଉନ୍ନତି ବିଷୟରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ଅନ୍ୟ ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତ (ଫରେଷ୍ଟ ସେକ୍ସନ ଅଫିସର), ଗଙ୍ଗାଧର ମହାନ୍ତ (କ୍ରୀଡା ଶିକ୍ଷକ), କମଳ ଲୋଚନ ମହାନ୍ତ (ଶ୍ରୀରାମ ଇଣ୍ଡେନ, ଖିରେଇଟାଙ୍ଗିରି), ଗଣେଶ୍ୱର ନାୟକ, ସୁନୀଲ କୁମାର ମହାନ୍ତ (ବିଶିଷ୍ଟ ସମାଜସେବୀ), ପ୍ରହଲ୍ଲାଦ ମହାନ୍ତ (ସଙ୍ଗୀତ ଶିକ୍ଷକ), ପ୍ରଶାନ୍ତ କୁମାର ମହାନ୍ତ (ଶିକ୍ଷାବିତ) ଏବଂ ବିଜୟ କୁମାର ମହାନ୍ତ (ସମାଜସେବୀ) ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ନିର୍ଦ୍ଦେଶକ ରବିନାରାୟଣ ମହାନ୍ତ ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷିକା, ଅଭିଭାବକ ଓ ଗ୍ରାମବାସୀଙ୍କୁ ଉତ୍ସବ ସଫଳ କରିଥିବାରୁ କୃତଜ୍ଞତା ଜଣାଇଥିଲେ।

ଅତିଥିମାନଙ୍କ ଉପସ୍ଥିତି ଓ ଉତ୍ସାହବର୍ଦ୍ଧକ ଉଦ୍ୱୋଧନ ଦ୍ୱାରା ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷିକା ଓ ଅଭିଭାବକମାନଙ୍କ ମନୋବଳ ବୃଦ୍ଧି ପାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଦେଶଭକ୍ତିମୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କୁ ବେଶ ଆନନ୍ଦିତ କରିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande