ବ୍ରାହ୍ମଣ ସମାଜର କ୍ୟାଲେଣ୍ତର ଲୋକାର୍ପଣ
ଜୟପୁର, ୨୫ ଡିସେମ୍ବର (ହି.ସ.)- ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଛପା ଯାଇଥିବା ବ୍ରାହ୍ମଣ ସମାଜର କ୍ୟାଲେଣ୍ତର ଆଜି ଜଗନ୍ନାଥ ମନ୍ଦିରରେ ଲୋକାର୍ପଣ ହୋଇଯାଇଛି। ଗତ ୭ ବର୍ଷ ଧରି ବ୍ରାହ୍ମଣ ସମାଜ ପକ୍ଷରୁ ଏହିପରି କ୍ୟାଲେଣ୍ତର ଛପାଯାଉଛି। ଆଜି ଠାରୁ ବିଭିନ୍ନ ଦୋକାନ ମାନଙ୍କରେ
ବ୍ରାହ୍ମଣ ସମାଜର କ୍ୟାଲେଣ୍ତର ଲୋକାର୍ପଣ


ଜୟପୁର, ୨୫ ଡିସେମ୍ବର (ହି.ସ.)- ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଛପା ଯାଇଥିବା ବ୍ରାହ୍ମଣ ସମାଜର କ୍ୟାଲେଣ୍ତର ଆଜି ଜଗନ୍ନାଥ ମନ୍ଦିରରେ ଲୋକାର୍ପଣ ହୋଇଯାଇଛି। ଗତ ୭ ବର୍ଷ ଧରି ବ୍ରାହ୍ମଣ ସମାଜ ପକ୍ଷରୁ ଏହିପରି କ୍ୟାଲେଣ୍ତର ଛପାଯାଉଛି। ଆଜି ଠାରୁ ବିଭିନ୍ନ ଦୋକାନ ମାନଙ୍କରେ ବ୍ରାହ୍ମଣ ସମାଜର କ୍ୟାଲେଣ୍ତେର ବିକ୍ରି କରାଯିବ ବୋଲି ସମାଜ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅବସରରେ ବ୍ରାହ୍ମଣ ସମାଜର ରମେଶ ଚନ୍ଦ୍ର ତ୍ରିପାଠୀ, ଶରତ ଚନ୍ଦ୍ର ଖଡଗରାୟ, ନବକୃଷ୍ଣ ରଥ, ସ୍ବାଧିନ ସାହୁ, ଶ୍ରୀନାଥ ମିଶ୍ର, ବାଲାଜୀ ସାହୁ, ବିଜୟ କୁମାର ଭଟ୍ଟ, ରାଜ କିଶୋର ଦାସ, ଭବାନୀ ଆଚାର୍ଯ୍ୟ, ଅମରେନ୍ଦ୍ର କର, ନୃସି˚ହ ଚୌଧୁରୀ, ତେଜସ୍ବୀ ଚୌଧୁରୀ ଓ ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande