ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁରକ୍ଷା ବଳଙ୍କ କାର୍ଯ୍ୟକୁ କଲେ ପ୍ରଶଂସା
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଂଟରରେ ଟପ୍ ମାଓନେତା ଗଣେଶ ଉଇକେର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁରକ୍ଷା ବଳଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଶ୍ରୀ ମାଝୀ ସୋସିଆଲ ମିଡିଆରେ ଲେଖିଛନ୍ତି, ନକ୍ସଲମୁକ୍ତ ଭାରତ ଗ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁରକ୍ଷା ବଳଙ୍କ କାର୍ଯ୍ୟକୁ କଲେ ପ୍ରଶଂସା


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଂଟରରେ ଟପ୍ ମାଓନେତା ଗଣେଶ ଉଇକେର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁରକ୍ଷା ବଳଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଶ୍ରୀ ମାଝୀ ସୋସିଆଲ ମିଡିଆରେ ଲେଖିଛନ୍ତି, ନକ୍ସଲମୁକ୍ତ ଭାରତ ଗଠନ ଅଭିଯାନରେ ଆଜି ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କନ୍ଧମାଳ ଜିଲ୍ଲାରେ ଚାଲୁଥିବା ମିଳିତ ଅପରେସନରେ ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ଜଣ ନକ୍ସଲବାଦୀ ନିହତ ହୋଇଛନ୍ତି।

ଆମର ସାହସୀ ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସ ଓ ସଠିକ ସମନ୍ୱୟ ପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। ସେମାନଙ୍କର ଏହି ନିଷ୍ଠାପର ଉଦ୍ୟମ ଓଡ଼ିଶାକୁ ନକ୍ସଲବାଦ ମୁକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।

ଆମ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ନକ୍ସଲମୁକ୍ତ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ। ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। କେବଳ ଶାନ୍ତି ଏବଂ ପ୍ରଗତି ହିଁ ଆମ ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande