
ଭଦ୍ରକ, ୨୫ ଡିସେମ୍ବର (ହି.ସ.) - ଚାନ୍ଦବାଲି ବାଲିଗାଁ ରେ ଗଣଧର୍ଷଣ ଓ ହତ୍ୟା ର ଶିକାର ହୋଇଥିବା ନାବାଳିକା ଛାତ୍ରୀ ସଂଧ୍ୟାରାଣୀ ମିଶ୍ରଙ୍କ ହତ୍ୟାକାଣ୍ଡ ରେ ଲିପ୍ତ ସମସ୍ତ ଅଭିଯୁକ୍ତ ଓ ଷଡଯନ୍ତ୍ରକାରୀ ମାନଙ୍କୁ ଗିରଫ, ସଂଧ୍ୟାରାଣୀ ମିଶ୍ର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ ,ପୀଡିତା ସଂଧ୍ୟାରାଣୀ ମିଶ୍ର ଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ , ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଥାନା ଓ ପୋଲିସ ଫାଣ୍ଡି ରେ ଫାଙ୍କା ପଡିଥିବା ସମସ୍ତ ପୋଲିସ ପଦବୀ ପୂରଣ, ଚାନ୍ଦବାଲିକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ରାଜ୍ୟରେ ଫାଙ୍କା ପଡିଥିବା ସମସ୍ତ ପୋଲିସ୍ ପଦବୀ ପୂରଣ ଓ ପୋଲିସ ସଂଖ୍ୟା ବୃଦ୍ଧି ପାଇଁ ବିଧାନସଭାରେ ରାଜ୍ୟ ସରକାର ନିଷ୍ପତି ନେବା, ଆମ ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଦାବି କରି ସିପିଆଇ(ଏମ) ଓ ସିପିଆଇ ପକ୍ଷରୁ ମିଳିତ ଭାବେ ଚାନ୍ଦବାଲି ମଧୁବାବୁ ଛକଠାରେ ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥକୁ ବଂଦ କରାଯାଇଥିଲା । ଫଳରେ ଶହ ଶହ ଟ୍ରକ୍, ବସ୍ ଓ ବିଭିନ୍ନ ଯାନବାହାନ ବଂଦ ରହିଥିଲା । ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଚାନ୍ଦବାଲି କୋର୍ଟ, ବ୍ଲକ ନିବନ୍ଧନ କାର୍ଯ୍ୟାଳୟ, ଚାନ୍ଦବାଲି ଲଂଚ ଘାଟ ଆଦି ସ୍ୱତଃସ୍ଫୁର୍ତ ଭାବେ ବନ୍ଦ ରହିଥିଲା । ମିଳିତ ଦୁଇ ବାମପନ୍ଥୀ ଦଳ ପକ୍ଷରୁ ଚାନ୍ଦବାଲି ସମେତ ଘେଂଟଶ୍ୱର, ମତୋ ଓ ଯଶିପୁର ଠାରେ ବଜାର ବନ୍ଦ ଆନ୍ଦୋଳନ ସଂଗଠିତ ହୋଇଥିଲା । ଏହି ବଂଦ ଆନ୍ଦୋଳନରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଆଂଚଳିକ କମିଟି ସଭ୍ୟ ମଳୟ ଭୋଇ, ସିପିଆଇ(ଏମ) ତିହିଡି ଆଂଚଳିକ କମିଟି ସଂପାଦକ ବିଷ୍ଣୁ ଦାଶ, ବରିଷ୍ଠ କମ୍ୟୁନିଷ୍ଟ ନେତା ଚନ୍ଦ୍ରଶେଖର ନାୟକ, ଚାଷୀ ମୂଲିଆ ନେତା ସୁଶାନ୍ତ ଜେନା, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ଓଡିଶା କ୍ଷେତମଜଦୂର ୟୁନିୟନ ଚାନ୍ଦବାଲି ବ୍ଲକ ସଭାପତି ଘନଶ୍ୟାମ ଦାସ, ସିପିଆଇ ର ବରିଷ୍ଠ ନେତା ଅନନ୍ତ ମହାନ୍ତି, ଯୁବନେତା ଗୌରହରି ମିଶ୍ର, ଜୋନ୍ ସଂପାଦକ ଭାଗିରଥି ରାଉତ, ସିପିଆଇଏମ ର ବରିଷ୍ଠ ନେତା ଚକ୍ରଧର ଦାସ, ଦିବାକର ସେନାପତି, ଅମୂଲ୍ୟ ନାୟକ, ବିପ୍ରଚରଣ ସେଠୀ, ଗଙ୍ଗାଧର ମହାଳିକ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଚାନ୍ଦବାଲି ବ୍ଲକ ସଭାନେତ୍ରୀ ମଧୁସ୍ମିତା ପାକଳ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ବ୍ଲକ ସଂପାଦିକା କୁମୁଦିନୀ ଭୋଇ, ମହିଳା ନେତ୍ରୀ ପ୍ରତିଭା ପଣ୍ଡା , ମହିଳା ନେତ୍ରୀ ଅନ୍ନପୂର୍ଣ୍ଣା ସେଠୀ, ଦଳିତ ନେତା ଅଞ୍ଜନ ଦାସ, ଦଳିତ ନେତା ହାକିମ ଦାସ, ଦଳିତ ନେତା ଭରତ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ