
ଭୁବନେଶ୍ୱର, ଡିସେମ୍ବର ୨୫ (ହି.ସ.): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଜଣେ ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ଓ ହତ୍ୟା ପରି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି ଉକ୍ତ ଦିବଙ୍ଗତା ନାବାଳିକାଙ୍କ ପରିବାରକୁସମବେଦନା ଜଣାଇବା ସହ ନାରୀ ନିର୍ଯାତନା ବିରୋଧରେ ଜନ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟନେଇ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସନ୍ତା 27 ତାରିଖ ଶନିବାର ପୂର୍ବାହ୍ନ ୯ଟାରେ କଂଗ୍ରେସଭବନରୁବାହାରି କଟକ, ସାଲେପୁର, କେନ୍ଦ୍ରାପଡା, ପଟାମୁଣ୍ଡାଇ, ଆଳି ଓ ରାଜକନିକାହୋଇଚାନ୍ଦବାଲିରେମଧ୍ୟାହ୍ନବେଳକୁ ପହଂଚିବେ।
ଉକ୍ତ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନମନ୍ତ୍ରୀଜଗନ୍ନାଥ ପଟ୍ଟନାୟକ ଓ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସିଉପସଭାପତି ଦେବାଶିଷ ପଟ୍ଟନାୟକ, ବିଧାୟକ ଅଶୋକ ଦାସ, ରାଜ୍ୟମହିଳାକଂଗ୍ରେସସଭାନେତ୍ରୀଶ୍ରୀମତୀମିନାକ୍ଷୀବାହିନିପତି, ଅଶିତ୍ ପଟ୍ଟନାୟକ, ଅମୀୟ ମହାପାତ୍ର, କଟକ, କେନ୍ଦ୍ରାପଡା ଓ ଭଦ୍ରକରଡିସିସିସଭାପତିବୃନ୍ଦ, ତଥା ଆଇନ୍ଜୀବୀ ଶାନ୍ତାୟନ ମିଶ୍ର, ଲଲାଟେନ୍ଦୁ ଦାସ, ନିଶିକାନ୍ତ ମିଶ୍ର, ଅମ୍ରିତା ଦାସ ଓ ବିପ୍ଳବଶିଳାଦିତ୍ୟ ପ୍ରମୁଖଚାନ୍ଦବାଲି ଗସ୍ତ କରିବେ।
ଅପରାହ୍ନ ୩ଟାରେ ଉକ୍ତ ପ୍ରତିନିଧି ଦଳ ଭଦ୍ରକ ଆସି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କସହ ଆଲୋଚନା କରିବାରକାର୍ଯ୍ୟକ୍ରମରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ