
ବଲାଙ୍ଗିର, 25 ଡିସେମ୍ବର (ହି.ସ.)ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନିକଟସ୍ଥ ଆଲୋକ ନଗର ବାସିନ୍ଦା ପୀତବାସ ପଣ୍ଡାଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାନୁମତୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ସ୍ଵର୍ଗତ ଭାନୁମତୀ ପଣ୍ଡା ଜଣେ ଧର୍ମପରାୟଣା ଓ ବନ୍ଧୁବତ୍ସଳା ମହିଳା ଭାବେ ଜଣାଶୁଣା ଥିଲେ । ପ୍ରାୟ ୮ ଦିନ ପୂର୍ବରୁ ସମ୍ବଲପୁରରେ ଏକ ବିବାହ ଉତ୍ସବରେ ଯୋଗଦେବା ବେଳେ ଶ୍ରୀମତୀ ପଣ୍ଡା ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ବୁର୍ଲା ସ୍ଥାନାନ୍ତର କରି ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅପରେସନ ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଗଢକାଲି ରାତି ପ୍ରାୟ ୯ଘଣ୍ଟା ୫୦ମି. ରେ ଭୁବନେଶ୍ୱର ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କର ପଢି ପୀତବାସ ପଣ୍ଡ।, ଏକମାତ୍ର ପୁତ୍ର ସଞ୍ଜିବ ପଣ୍ଡା (ଟିଙ୍କୁ) ତିନି ଝିଅ ସ୍ନିଗ୍ଧାମୟୀ, ସ୍ମିତା ଓ ସ୍ୱପ୍ନାଙ୍କ ସହ ଜ୍ୱାଇଁ ରିୟନ ରମାନାଥ, ବିନୟ ଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ I ଆଜି ସନ୍ଧ୍ୟା ୫ଟାରେ ସ୍ଥାନୀୟ ବିଭୂତିପଡ଼ା ସ୍ମଶାନରେ ତାଙ୍କ ଶେଷକୃତ୍ୟ ଅନୁଷ୍ଠିତ ହୋଇଛି । ବହୁ ବନ୍ଧୁ ପରିଜନ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଭୁତି ପଡ଼ ସ୍ମଶାନରେ ଉପସ୍ଥିତ ଥିଲେ l ଏକମାତ୍ର ପୁତ୍ର ସଞ୍ଜିବ ପଣ୍ଡା ମୁଖ୍ୟଗ୍ନି ଦେଇଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି I
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ