
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ଓଡିଶାରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ ସଫଳତା ମିଳିଛି । ବରିଷ୍ଠ ମାଓବାଦୀ ନେତା ତଥା ସିପିଆଇ (ମାଓବାଦୀ) ପାର୍ଟୀର କେନ୍ଦ୍ରୀୟ କମିଟିର ସଦସ୍ୟ ଗଣେଶ ଉଇକେ ସୁରକ୍ଷା ବଳଙ୍କ ଏକ ଅପରେସନରେ ମୃତ୍ୟୁବରଣ କରିଛି । କନ୍ଧମାଳ ଜିଲ୍ଲାରେ ଘଟିଥିବା ଦୁଇଟି ଭିନ୍ନ ଭିନ୍ନ ଏନକାଉଂଟରରେ ମୋଟ ଛଅ ଜଣ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚକାପାଦ ଥାନା ଅଂଚଳରେ ଘଟିଥିବା ଏହି ଅପରେସନରେ ଡିଭିଏଫ, ଏସଓଜି, ବିଏସଏଫ ଓ ସିଆରପିଏଫ ଜବାନ ମାନେ ସାମିଲ ଥିଲେ । ଏଥିରେ ଉଇକେ ସମେତ ମୋଟ ଚାରି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ମାଓବାଦୀ ସାମିଲ ଅଛନ୍ତି ।
ଗଣେଶ ଉଇକେ ମାଓବାଦୀଙ୍କ କେନ୍ରୀମ ୟ କମିଟିର ସୀନିୟର ସଦସ୍ୟ ଥିଲା ଏବଂ ତା ଉପରେ କୁଳ 1.10 କୋଟି ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା। ସେ ଓଡିଶା ସହିତ ଚାରିପାଖରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପର ପରିଚାଳନା ଏବଂ ଯୋଜନା ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିଲା । ତାର ମୃତ୍ୟୁକୁ ମାଓବାଦୀ ମାନଙ୍କ ପାଇଁ ବଡ ଝଟକା ବୋଲି କୁହା ଯାଉଛି ।
ଏହା ପୂର୍ବରୁ ବୁଧବାର ଦିନ କନ୍ଧମାଳ ଜିଲ୍ଲାର ବେଲଘର ପୋଲିସ ଥାନା ସୀମାରେ ଥିବା ଗୁମା ଜଙ୍ଗଲରେ ଆଉ ଏକ ଏନକାଉଂଟର ହୋଇଥିଲା ଯେଉଁଥିରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ