
ଜୟପୁର, ୨୫ ଡିସେମ୍ବର (ହି.ସ.)-ଜୟପୁର ସଦରଥାନା ଅନ୍ତର୍ଗତ ହରଦଳି ଗ୍ରାମର ଜଣେ ୧୯ ବର୍ଷିୟା ଯୁବତୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ନେଇ ମୃତ ଯୁବତୀର ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତକାଲି ହରଦଳି ଗ୍ରାମର ପୁଳମତି ପରଜା(୧୯)ଙ୍କ ଦେହ ଅପରାହ୍ନ ୪ଟାରେ ଖରାପ ହେବା ପରେ ତାଙ୍କୁ ଜୟପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା ସମୟରେ ଝିଅର ମୃତ୍ୟୁ ହୋଇଥିବା ନେଇ ମୃତ ଝିଅର ବାପା ଶିବ ପରଜା ସଦର ଥାନାରେ ଅଭିଯୋଗ ଦେବା ପରେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି