
ମାଲକାନଗିରି, ୨୫ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ସଦରରେ ଥିବା ଅଗ୍ନିଶମ ବିଭାଗର ଏଏଫଓ ଅଧିକାରୀ କମଳ ଲୋଚନ ଗୌଡ଼ ଓ ଜିଲ୍ଲା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ପରିସରରେ ଏକ ନୂତନ ନିର୍ମାଣ ଧୀନ ଗୃହ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଲକି ରଞ୍ଜନ କରଣଙ୍କ ମଧ୍ୟରେ ଆଜି କୌଣସି ଏକ କାରଣକୁ ନେଇ ହାତାହାତି ପରିସ୍ଥିତି ଉପୁଜିଥିବା ବେଳେ ଏହାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଘୁରିବୁଲୁଥିବା ଦେଖିବାକୁ ମିଳିଛି। ତେବେ ଅଗ୍ନିଶମ ବାହିନୀର ଅଧିକାରୀ ଗୌଡ଼ ଓ ଠିକା କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ କରଣଙ୍କ ମଧ୍ୟରେ ହାତାହାତି ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ ହେଉଥିବା ଭିଡିଓରୁ ଜଣା ପଡିଛି। ସୂଚନା ଥାଉକି ପ୍ରକାଶ କୁମାର ନାହାକ ନାମକ ଜଣେ ଠିକାଦାର ଜିଲ୍ଲା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ପରିସରରେ ଏକ ନୂତନ ଗୃହ ନିର୍ମାଣ କାର୍ଯ୍ୟର ଠିକାଦାର ଭାବେ ଦାଇତ୍ୱ ପାଇଥିବା ବେଳେ ତାଙ୍କର ସୁପର ଭାଇଜର ରୂପେ ଶ୍ରୀ କରଣ ଉକ୍ତ କାମ ର ବୁଝାସୁଝା କରୁଥିଲେ। ଏହା ମଧ୍ୟରେ ଆଜି ଉକ୍ତ ଗୃହ ନିର୍ମାଣ କାର୍ଯ୍ୟ ଜାରି ଥିବା ବେଳେ ଶ୍ରୀ ଗୌଡ଼ ଶ୍ରୀ କରଣଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମା ରିଥିବା ନେଇ ଶ୍ରୀ କରଣ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟଙ୍କା ନଦେଲେ କାର୍ଯ୍ୟ କରିବାକୁ ଦେବି ନାହି ବୋଲି ଶ୍ରୀ ଗୌଡ଼ ଧମକ ଦେଇଥିବା ନେଇ ଶ୍ରୀ କରଣ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଅଭିଯୋଗ ପରେ ଅଗ୍ନିଶ ମ ଅଧିକାରୀ ମଧ୍ୟ ପାଲଟା ଅଭିଯୋଗ ଦେଇଥିବା ପ୍ରକାଶ କରିଛନ୍ତି। ସେ ଶ୍ରୀ କରଣ ଲଗାଇଥିବା ଅଭିଯୋଗକୁ ଭିତିହୀନ କହିବା ସହ ମନ ଇଚ୍ଛା ବାହାରୁ ଲୋକ ଆଣି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସାମାଜିକ ଗଣ ମାଧ୍ୟମରେ କିନ୍ତୁ ଭିଡିଓଟି ଘୁରି ବୁଲୁଥିବା ଦେଖିବାକୁ ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ