ଖରିଫ ମଣ୍ଡିରୁ ଧାନ କ୍ରୟ ଆରମ୍ଭ ହୋଇଛି , କିନ୍ତୁ କଟନୀ ଛଟନୀ ବନ୍ଦ କରିବା ନେଇ ପ୍ରଶାସନ ବିଫଳ
ଜୟପୁର, ୨୫ ଡିସେମ୍ବର (ହି.ସ.) - କୋରାପୁଟ ଜିଲ୍ଲାରେ ଗତ ୧୧ ତାରିଖ ଠାରୁ ଖରିଫ ଧାନ କ୍ରୟ ନେଇ ମଣ୍ଡି ଶୁଭ ଉଦଘାଟନ ହୋଇଥିଲେ ସୁଦ୍ଧା ଧାନ କ୍ରୟ ହୋଇପାରିନଥିଲା । ଏହିପରି ବିଜୁଜନତା ଦଳ ପକ୍ଷରୁ ଚାଷୀଙ୍କ ଅମଳ ଖରିଫ ଧାନ ଆସନ୍ତା ୨୬ ତାରିଖ ସୁଦ୍ଧା ମଣ୍ଡିରେ ପ୍ରଶାସନ ପକ୍ଷରୁ କ୍ରୟ ଆରମ୍ଭ ନହେଲେ ଜ
ଖରିଫ ମଣ୍ଡିରୁ ଧାନ କ୍ରୟ ଆରମ୍ଭ ହୋଇଛି , କିନ୍ତୁ କଟନୀ ଛଟନୀ ବନ୍ଦ କରିବା ନେଇ ପ୍ରଶାସନ ବିଫଳ


ଜୟପୁର, ୨୫ ଡିସେମ୍ବର (ହି.ସ.) - କୋରାପୁଟ ଜିଲ୍ଲାରେ ଗତ ୧୧ ତାରିଖ ଠାରୁ ଖରିଫ ଧାନ କ୍ରୟ ନେଇ ମଣ୍ଡି ଶୁଭ ଉଦଘାଟନ ହୋଇଥିଲେ ସୁଦ୍ଧା ଧାନ କ୍ରୟ ହୋଇପାରିନଥିଲା । ଏହିପରି ବିଜୁଜନତା ଦଳ ପକ୍ଷରୁ ଚାଷୀଙ୍କ ଅମଳ ଖରିଫ ଧାନ ଆସନ୍ତା ୨୬ ତାରିଖ ସୁଦ୍ଧା ମଣ୍ଡିରେ ପ୍ରଶାସନ ପକ୍ଷରୁ କ୍ରୟ ଆରମ୍ଭ ନହେଲେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରଉ ଓ ଆନ୍ଦୋଳନ ନେଇ ଚେତାବନୀ ଦିଆଯାଇଥିଲା । ଶେଷରେ ମଣ୍ଡି ଉଦଘାଟନର ୧୪ ଦିନ ପରେ ପ୍ରଶାସନ ପକ୍ଷରୁ ଗତ ବୁଧବାର ଜିଲ୍ଲାର ବୋରିଗୁମ୍ମା ଲ୍ୟାମ୍ପ ପକ୍ଷରୁ କାମରା ମଣ୍ଡିରେ ଟୋକେନଧାରୀ ୩ଜଣ ଚାଷୀଙ୍କ ଠାରୁ ୧୯୭ କୁଇଂଟାଲ ଏବଂ ବୋରିଗୁମ୍ମା ବ୍ଲକ ରତାଳି ଗ୍ରାମ ପାଣିପଂଚାୟତ ପକ୍ଷରୁ ରତାଳି ଗ୍ରାମ ମଣ୍ଡିରେ ୩ଜଣ ଚାଷୀଙ୍କ ଅମଳ ୧୦୯କୁଇଂଟାଲ ୫୦ କିଲୋ ଖରିଫ ଧାନ କ୍ରୟ ହୋଇଯାଇଛି । ସେହିପରି ଆଜି ଜୟପୁର ବ୍ଲକ ଫାମ୍ପୁଣି ଗ୍ରାମ ମଣ୍ଡି ଠାରେ ଚାଷୀଙ୍କ ଧାନ କ୍ରୟ ଉମୁରୀ ଲ୍ୟାମ୍ପ ପକ୍ଷରୁ ଆରମ୍ଭ ହୋଇଛି । ସଂଧ୍ୟା ସାଢେ ୬ଟା ସମୟ ସୁଦ୍ଧା ୫୩ ଜଣ ଚାଷୀଙ୍କ ଠାରୁ ୨୭୫୦ କୁଇଣ୍ଟାଲ ଧାନ କ୍ରୟ ହୋଇଯାଇଛି । କିନ୍ତୁ କଟନୀ ଛଟନୀ ବନ୍ଦ କରିବାରେ ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ଏହିପରି ଗତାକାଲି ଏବଂ ଆଜି ଏଫଏକ୍ୱୁ ମାନର ଧାନ ନଥିବା ଅଭିଯୋଗ ନେଇ କଷ୍ଟମ ମିଲର୍ସ ମାନେ ଧାନ ଗ୍ରହଣ କରିବାକୁ ମନା କରିଥିଲେ । ଶେଷରେ କୁଇଂଟାଲ ପିଛା ୨କୁ ସାଢେ ୨ କିଲୋ ଅଧିକ ଧାନ ଚାଷୀ ପ୍ରଦାନ କରିବା ନେଇ ସହମତି ପରେ ଧାନ କ୍ରୟ ଆରମ୍ଭ ହୋଇଛି । ଏହିପରି ଧାନ କ୍ରୟ ଆରମ୍ଭ ହୋଇଥିବା ସମସ୍ତ ଟୋକେନଧାରୀ ଚାଷୀଙ୍କ ସରକାରୀ ଧାର୍ଯ୍ୟ ଅନୁଯାୟୀ ଧାନ କ୍ରୟ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ସେହିପରି ବୋରିଗୁମ୍ମା ବ୍ଲକରେ ମଧ୍ୟ ବିଭିନ୍ନ ମଣ୍ଡିର ଧାନ କ୍ରୟ ଆରମ୍ଭ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande