
ଜୟପୁର, ୨୫ ଡିସେମ୍ବର (ହି.ସ.) - ଶିତଳାଗୁଡି ମନ୍ଦିର ପ୍ରାଙ୍ଗଣରେ ଜୟପୁର ସିଟିଜେନ କମିଟିର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଜି.ଭି ରେଡ୍ଡୀ, ପରିଚାଳନା କମିଟିର ସଦସ୍ୟ ଭବାନୀ ଆଚାର୍ଯ୍ୟ, ସଂପାଦକ ରବିନାରାୟଣ ନନ୍ଦ, ଦେବେନ୍ଦ୍ର ବାହିନୀପତି, ପରମେଶ୍ୱର ପାତ୍ରଙ୍କ ସମେତ ସମସ୍ତଙ୍କ ପ୍ରେରଣା ଓ ସହଯୋଗରେ ସଫଳତାର ସହ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସମସ୍ତ ସଭ୍ୟ ଓ ସଭ୍ୟା ଯୋଗ ଦେଇ ଚଳିତ ବର୍ଷ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାପତି ବିନୋଦିନୀ ସାନ୍ତ୍ରାପାତ୍ରଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି