ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଲା: ଡିଜିପି
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଂଟରରେ ଟପ୍ ମାଓନେତା ଗଣେଶ ଉଇକେର ମୃତ୍ୟୁକୁ ପୋଲିସ ଡିଜିପି ୱାଇ ବି ଖୁରାନିଆ ବଡ ସଫଳତା ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ଏନକାଉଂଟରରେ ଗଣେଶଙ୍କ ସମେତ ମୋଟ ୪ ନକ୍ସଲ ମାଓବାଦୀ ନିହତ ହୋ
ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଲା: ଡିଜିପି


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଂଟରରେ ଟପ୍ ମାଓନେତା ଗଣେଶ ଉଇକେର ମୃତ୍ୟୁକୁ ପୋଲିସ ଡିଜିପି ୱାଇ ବି ଖୁରାନିଆ ବଡ ସଫଳତା ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ଏହି ଏନକାଉଂଟରରେ ଗଣେଶଙ୍କ ସମେତ ମୋଟ ୪ ନକ୍ସଲ ମାଓବାଦୀ ନିହତ ହୋଇଛନ୍ତି । ସେ କହିଛନ୍ତି ଯେ, ଗଣେଶଙ୍କ ମୃତ୍ୟୁ ପରେ ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ସେ କହିଛନ୍ତି ଯେ ସର୍ଚ୍ଚ ଓ କମ୍ବିଂ ଅପରେସନ ଏବେବି ଚାଲିଛି ।

ଡିଜିପି କହିଛନ୍ତି ଯେ, ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ମାଓବାଦୀଙ୍କ ମୂଳପୋଛ ଦୂର କରିବା ହେଉଛି ଆମର ଲକ୍ଷ୍ୟ। ସେ ଏହା ସହିତ ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଓଡ଼ିଶାର ନୀତିକୁ ଶ୍ରେଷ୍ଠ ଭାବେ ବର୍ଣ୍ଣନା କରି, ମାଓବାଦୀଙ୍କୁ ହିଂସାର ମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande