
ଭଦ୍ରକ, ୨୫ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ପଂଚାୟତ ସମିତି ସଭାଗୃହ ପରିସରରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଶିବିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ, କଟକ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଭଦ୍ରକଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହ ଶିଶୁ ମାନଙ୍କ ସମସ୍ୟା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ନେଇ ଶିବିରରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ନିରଞ୍ଜନ ବାରିକ୍ ,ସମ୍ମାନିତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ଅବନ୍ତି ଦାସ , ଡାକ୍ତର ଲକ୍ଷ୍ମୀକାନ୍ତ ପଣ୍ଡା,ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ,ସମାଜ ସମ୍ପ୍ରସାରଣ ଅଧିକାରୀ ସୌମ୍ୟା ସୁଚରିତା ମହାନ୍ତି,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ,ଆଇନ ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା,ପଂଚାୟତ ସ୍ତରୀୟ କମିଟିର ଭୂମିକା ସହ ଶିଶୁ ଅଧିକାର, ଶିଶୁ ନିର୍ଯାତନା,ବାଲ୍ୟବିବାହ ଓ ତାର ନିରାକରଣ,(୧୦୯୮ )ଟୋଲ ଫ୍ରି ନମ୍ୱର ବ୍ୟବହାର ସମ୍ବନ୍ଧରେ ସଚେତନ କରିଥିଲେ।ପ୍ରାରମ୍ଭିକ ସୂଚନା ସଂଯୋଗର ମଣ୍ଡଳ ସଂଯୋଜକ ଜଗନ୍ନାଥ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବିଷୟ ବିଶାରଦ ଭାବେ ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ପାଲଟା ସିଂ ଯୋଗଦେଇ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରରେ ଗଠିତ ଶିଶୁ ସୁରକ୍ଷା କମିଟିମାନଙ୍କୁ ସକ୍ରିୟ କରିବା ସହ ସମସ୍ତ ବିଭାଗର ସମନ୍ୱୟ ମାଧ୍ୟମରେ ଶିଶୁମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଆହ୍ୱାନ ଦେଇଥିଲେ। ଏହି ସଭାରେ ବିଭିନ୍ନ ପଂଚାୟତର ସରପଂଚ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଇସିଡିଏସ୍ର କର୍ମକର୍ତା,ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ସଦସ୍ୟ ଅଂଶଗ୍ରହଣ କରିଥିଲେ ।ଶିଶୁ ସୁରକ୍ଷା ୟୁନିଟର ବାହ୍ୟକର୍ମି ମହେଶ ଚନ୍ଦ୍ର ଦାଶ,କୁଳଦୀପ ଜେନା, ଶୁଭାଶିଷ ମିଶ୍ର ,ଲକ୍ଷ୍ମୀପ୍ରିୟା ମଲ୍ଲିକ ସମେତ ଜ୍ୟୋତି ପ୍ରକାଶ ପତି , ରିଙ୍କୁ ବିଶ୍ୱାଳ, ବିକାଶ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ପରିଶେଷରେ ଆଇନ ଅଧିକାରୀ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ