ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ
କେନ୍ଦୁଝର, ୨୫ ଡିସେମ୍ବର (ହି.ସ.) - କେନ୍ଦୁଝର ସହର ସ୍ଥିତ ଅଡିଟୋରିୟମରେ ବୁଧବାର ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୃ,କେନ୍ଦୁଝରଗଡ଼ ପୌରପାଳିକା ଅଧକ
Sansad khel mahotasb end


କେନ୍ଦୁଝର, ୨୫ ଡିସେମ୍ବର (ହି.ସ.) - କେନ୍ଦୁଝର ସହର ସ୍ଥିତ ଅଡିଟୋରିୟମରେ ବୁଧବାର ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୃ,କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ନିକୁ ସାହୁ,ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଦାଗଡୁ, ସାଂସଦ ଖେଳ ମହୋତ୍ସବ ର ଜିଲ୍ଲା ସଂଯୋଜକ ଦିଲ୍ଲିପ କୁମାର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଲୁକାୟିତ ଖେଳ ପ୍ରତିଭା ମନଙ୍କୁ ବିଭିନ୍ନ ଗ୍ରାମରୁ ଆଣି ଆଗକୁ ବଢିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରୟାସ ଖେଳାଳି ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି ବୋଲି ସାଂସଦ ଅନନ୍ତ ନାୟକ ତାଙ୍କ ଅଭିଭାଷଣ ମାଧ୍ୟମରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କର ସହଯୋଗ ସହିତ ଜିଲ୍ଲା ପ୍ରଶାସନ ର ସହାୟତା ଫଳରେ ସେପ୍େଟମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ସାଂସଦ ଖେଳ ମହୋତ୍ସ ଆଜି ସଫଳତାର ସହିତ ସମାରୋପ ହୋଇପାରିଛି ବୋଲି ସାଂସଦ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଡିହୋଇ ଦେଶର ସମସ୍ତ ସାଂସଦ ଖେଳ ମହୋତ୍ସବ ରେ ଉପସ୍ଥିତ ଖେଳାଳି ମାନଙ୍କୁ ପ୍ରେରଣା ଦାୟୀ ଅଭିଭାଷଣ ଦେବା ସହିତ କ୍ରୀଡା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳତା ପାଉଛି ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି। ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ସ୍ତରରୁ କୃତିତ୍ୱ ହାସଲ କରିଥିବା ଖେଳାଳି ମାନଙ୍କୁ ସାଂସଦ ଏବଂ ମଂଚାସିନ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ସାଂସଦ ଖେଳ ମହୋତ୍ସବ କାର୍ଯ୍ୟକ୍ରମକୁ ସାଂସଦ ପ୍ରତିନିଧି ହରିହର ମହାନ୍ତ, ବରୋଦାପ୍ରଶ୍ନ ସାହୁ, ବିଜେପି ଜିଲ୍ଲା ଉପସଭାପତି ବିବେକାନନ୍ଦ ମହାନ୍ତ, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, କିରଣବାଳା ନାୟକ,ନୀଳମଣି ମହାନ୍ତ, ଭାରତଭୂଷଣ କୁଅଁର ଏବଂ ବିଜେପି ର ନେତୃତ୍ୱ ତଥା ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି ବୋଲି ସାଂସଦ ଖେଳ ମହୋତ୍ସବର ଜିଲ୍ଲା ସଂଯୋଜକ ଦିଲ୍ଲିପ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande