
ସୁବର୍ଣ୍ଣପୁର, ୨୫ ଡିସେମ୍ବର (ହି.ସ.)- ଆଜି ପୂର୍ବାହ୍ନ ୧୦ଟା ୩୦ ରେ ପୂର୍ବତନପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳନ ସମାରୋହ ଓ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ -୨୦୨୫ ପାଳନ ପାଇଁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥ୍ ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ରାଜେନ୍ଦ୍ର ମାଝୀ ଯୋଗଦାନ କରିଥିଲେ । ଏହି ସଭାରେ ଜ୍ୟୋତି ରଞ୍ଜନ ବହିଦାର, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଠ ଶିକ୍ଷାବିତ୍, ସୋନପୁର ବକ୍ତା ଭାବରେ ଯୋଗଦାନ କରିଥିଲେ । ସମସ୍ତ ଅତିଥି, ବକ୍ତା ଓ ସଭାରେ ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସୋନପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରତିନିଧି, ସୋନପୁର ସହରର ବୁଦ୍ଧିଜୀବୀ, ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ର ଛାତ୍ରୀ, ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ର ଗୁଡ଼ିକ ସାମ୍ବାଦିକ ଓ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଅର୍ଜୁନ ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ସ୍ବାଗତ କରିଥିଲେ । ସଭା ଆରମ୍ଭ ପୂର୍ବରୁ ଅତିଥି ମାନଙ୍କ ଦ୍ବାରା ସୋନପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ବରୀଙ୍କ ଫଟୋ ଚିତ୍ର ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତା'ପରେ ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସୁଶାସନ ଦିବସ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରନ୍ଧ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଓ ଆଦର୍ଶ ଉପରେ ସଭାର ବକ୍ତା, ସମସ୍ତ ଅତିଥିମାନେ ଏବଂ ସଭାର ସଭାପତି, ସେମାନଙ୍କର ଅଭିଭାଷଣ ମାଧ୍ୟମରେ ବିଶଦ ଭାବେ ଉଦାହରଣ ସହିତ ଉପସ୍ଥାପନ କରିଥିଲେ।
ଏହି ଅବସରରେ ସୁଶାସନ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ସଭାରେ ଉପସ୍ଥିତ ଥିବା ଅନେକ ବ୍ୟକ୍ତି ବିଶେଷ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜ ମୂଲ୍ୟବାନ ମତ ଉପସ୍ଥାପନ କରିଥିଲେ। ସଭା ଶେଷରେ ସୁଶ୍ରୀ ପ୍ରୀତି ସୁନା ସୋନପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ