
ଭଦ୍ରକ, ୨୫ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଧର୍ଷଣ ଓ ହତ୍ୟା ଘଟଣାର ପ୍ରତିବାଦରେ ଗୁରୁବାର ବିଜେଡି,କଂଗ୍ରେସ ଓ କମନ୍ୟୁଷ୍ଟି ଦଳ ୬ ଘଂଟିଆ ପ୍ରତିବାଦ ରେ ବନ୍ଦ ପାଳନ କରିଥିଲେ।ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ ବିରୋଧୀ। ଏହି ବନ୍ଦ କୁ ଚାନ୍ଦବାଲି ବ୍ଲକ ସମସ୍ତ ଦୋକାନ, ଅଫିସ ଓ ଯାନବାହାନ ବଦ କରି ସମର୍ଥନ ଜଣାଇଥିଲେ।ଏହି ବନ୍ଦ ପାଳନ ଉପରେ ପ୍ରତିକ୍ରିୟା ଦେଇ ବିଜେପି ନେତା ଉପେନ୍ଦ୍ର ରାଉଳ କହିଥିଲେ, ବିଜେଡି ପକ୍ଷରୁ ଚାନ୍ଦବାଲି ବ୍ଲକ ର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିବା ସହ ବିଜେଡି ପାଟି କାର୍ଯ୍ୟଲୟ ସମୁଖରେ ବିଧାୟକ ବ୍ୟୋମକେଶ ରାୟ ଙ୍କ ଉପସ୍ଥିତ ରେ ଏହା କରିବାର ଆବଶ୍ୟକତା ନଥିଲା।ପୀଡିତ ପରିବାର ପ୍ରତି ଆମର ସମବେଦନା ଅଛି। ଏହି ଟାୟାର ଜାଳି ବାୟୁ ପ୍ରଦୂଷଣ ବିରୋଧୀ ଙ୍କ ପ୍ରତିବାଦ ର ସ୍ୱର ଠାରୁ ବଳି ଯାଇଛି ବୋଲି ଶ୍ରୀ ରାଉଳ କହିଥିଲେ। ଏହି ପ୍ରଦୂଷଣ ଦ୍ୱାରା ବିଶେଷ ଭାବେ ବରିଷ୍ଠ ନାଗରିକ ମାନେ ସ୍ୱଶ କୀୟରେ କଷ୍ଟ ଯୋଗୁ,ବରିଷ୍ଠ ନାଗରିକ ଟାୟାର ଜାଳି ପ୍ରତିବାଦ କୁ ନିଦା କରିଥିଲେ। ଶ୍ରୀ ରାଉଳ ଆଉ ମଧ୍ୟ କହିଥିଲେ ଆଜିକା ଦିନରେ ଦିଲ୍ଲୀ ର ପ୍ରଦୂଷଣ ହାର ସହିତ ଓଡିଶା ସମକକ୍ଷ୍ୟ ହେବାକୁ ଯାଉଥିବା ବେଳେ ଏହା ନିଆଁ ରେ ଘିଅ ଢ଼ାଳିବା ସହ ସମାନ ଭଳି ପ୍ରତୀୟମାନ ହୁଏ। ଚାନ୍ଦବାଲି ସହ ଏବେ ବି ବାୟୁ ପ୍ରଦୂଷଣ ହୋ ରହିଛି, ଲୋକ ମାନେ ମାଶ ବ୍ୟବହାର କରି ବୁଲୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ