
ବଲାଙ୍ଗିର, ୨୫ ଡିସେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଛି ନିଶାସକ୍ତ ସ୍ୱାମୀ । ମୃତା ମହିଳା ଜଣକ ହେଲେ ତପ ମଲ୍ଲିକ । ଅଭିଯୁକ୍ତ ସ୍ୱାମୀ ମାଧବ ମଲ୍ଲିକକୁ ପୋଲିସ ଥାନାରେ ଅଟକ ରଖିଛି । ସେ କେଉଁ କାରଣରୁ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ପାରିବାରିକ କଳହର କୁପରିଣତି ବୋଲି କୁହାଯାଉଛି । ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ