କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ
କେନ୍ଦୁଝର, ୨୫ ଡିସେମ୍ବର (ହି.ସ.)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ କେନ୍ଦୁଝର ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ
Kavyanjali atal Bihari Vajpayee


କେନ୍ଦୁଝର, ୨୫ ଡିସେମ୍ବର (ହି.ସ.)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ କେନ୍ଦୁଝର ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ମିଳନୀ ସାହିତ୍ୟ ସଂସଦର ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ସମ୍ପାଦକ ଚିତ୍ତରଞ୍ଜନ ମିଶ୍ର, କାବ୍ୟଞ୍ଜଳୀ କାର୍ଯ୍ୟକାରୀ ସମିତିର ଉପଦେଷ୍ଟା ରାଧାକାନ୍ତ ମହାନ୍ତ, ଅଶ୍ୱିନୀ ପଟ୍ଟନାୟକ, ଆବାହକ ଭାବଗ୍ରାହୀ ମହାନ୍ତ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ମା' ତାରିଣୀ ଓ ପ୍ରଭୁ ବଳଦେବଜୀଉଙ୍କ ସମେତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ଵକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ସୁଶାସନ ଦିବସର ମହତ୍ୱ ବଖାଣିବା ସହିତ, ଶାସନ ଓ ସୁଶାସନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ଲୋକଙ୍କ ପାଇଁ କାମ କରିବାକୁ ପ୍ରଶାସନ ସର୍ବଦା ତତ୍ପର ଥିବା କହିବା ସହ ଜିଲ୍ଲାରେ ସୁଶାସନର ସମସ୍ତ ଭିତ୍ତିଭୁମିକୁ ସଶକ୍ତ କରାଯାଉଛି ଏବଂ ଏହାର ପ୍ରତିଫଳନ ଜନସାଧାରଣଙ୍କ ନିକଟରେ ପହଁଚୁଛି ବୋଲି କହିଥିଲେ। ନିଜ ଅଭିଭାଷଣରେ ପାଟଣା ବିଧାୟକ ଶ୍ରୀ ନାଏକ ଅଟଳଜୀଙ୍କୁ ପ୍ରକୃତ ଅର୍ଥରେ ଜନନାୟକ ବୋଲି ଅଭିହିତ କରିଥିଲେ। ଭାରତୀୟ ଇତିହାସରେ ସୁଶାସନର ଦୃଢ଼ ପ୍ରବର୍ତ୍ତକ ଭାବରେ ଅଟଳ ବିହାରୀ ବାଜପେୟୀଙ୍କ ନାଁ ସର୍ବଦା ସ୍ମରଣ କରାଯିବ ବୋଲି କହିବା ସହ କେବଳ ଜଣେ ଉଦାରବାଦୀ ରାଜନୀତିଜ୍ଞ ନୁହେଁ ଜଣେ କବି, ସମାଜସେବୀ, ଲେଖକ, ପତ୍ରକାର ଭାବରେ ସମସ୍ତେ ତାଙ୍କୁ ମନେ ରଖିବେ ବୋଲି କହିଥିଲେ । ତାଙ୍କ ନୀତି ଆଦର୍ଶକୁ ପାଥେୟ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବକା ସାଥ ସବକା ବିଶ୍ୱାସ ସବକା ପ୍ରୟାସରେ ବିଶ୍ୱାସ ରଖି ସମାଜର ଓ ଜନସାଧାରଣଙ୍କ ଉନ୍ନତି ଲାଗି ଅବିଶ୍ରାନ୍ତ କାମ କରୁଥିବା କହିଥିଲେ । ସକାଳେ ଏକ ଵିଶାଳ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିଲା, ଏଥିରେ ସାମିଲ ଥିବା ବିଧାୟକ ପାଟଣା ଅଖିଳ ଚନ୍ଦ୍ର ନାଏକ, ଛାତ୍ରଛାତ୍ରୀ, ଜନସାଧାରଣ ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କାବ୍ୟାଞ୍ଜଳି ସମିତିର ମିଳିତ ସହଯୋଗରେ ସହସ୍ରାଧିକ କବି ମାନଙ୍କୁ ନେଇ ସ୍ବର୍ଗତ ଅଟଳ ଜୀ, ସୁଶାସନ ଏବଂ ଜାତୀୟତାବୋଧ ପ୍ରସଙ୍ଗରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ କାବ୍ୟାଞ୍ଜଳି କାର୍ଯ୍ୟକାରୀ ସମିତି ପକ୍ଷରୁ ରାଧାକାନ୍ତ ମହାନ୍ତ, ଭାବଗ୍ରହାହୀ ମହାନ୍ତ ପରିଚାଳନା କରିଥିଲେ । କବି ଓ କବୟିତ୍ରୀ ମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ସଭା ପରିଚାଳନା କରିଥିଲେ, କେନ୍ଦୁଝର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande