
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ପ୍ରତିଷ୍ଠା ଦିବସ ପୂର୍ବରୁ
ଭୂପିନ୍ଦରଙ୍କ ପୁଣି ବିସ୍ଫୋରଣ । କିଛି ନୂଆ
ଲୋକଙ୍କୁ ଆଣି ନେତୃତ୍ୱ ଦେଲେ ବିଜେଡି ଭାଗ ଭାଗ ହୋଇଯିବ ବୋଲି କହିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଛାଡ଼ିଲେ ବିଜେଡି ରହିବନି । ବର୍ତ୍ତମାନ
ଠିକ୍ ସମୟ ନୁହେଁ, କାହାକୁ ଦଳରେ ଆଣିବାକୁ । ସିନିୟର ଲିଡର ବସୁଛୁ । ଜୁନିଅର ମଧ୍ୟ ବସୁଛୁ
। ନବୀନ ପଟ୍ଟନାୟକ ନେତୃତ୍ୱ ନନେଲେ ବିଜେଡି ରହିବ ନାହିଁ । କିଛି ନୂଆ ଲୋକଙ୍କୁ ଆଣି ନେତୃତ୍ୱ
ଦେଲେ ବିଜେଡି ଭାଗ ଭାଗ ହୋଇଯିବ । ଭବିଷ୍ୟତରେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଛାଡ଼ିଲେ ବିଜେଡି
ରହିବନି । ଯେଉଁ ଗୋଷ୍ଠୀ କାହାକୁ ଆଣିବାକୁ
ଚାହଁଛନ୍ତି ନବୀନ ଜାଣିଛନ୍ତି । କିନ୍ତୁ ସେମିତି ହେବନି । ଦଳରେ ଗୋଟିଏ ଟିମ଼ ହୋଇ କାମ ହେଉ ।
3 ଓ 4 ଜଣରେ ବିଜେଡି ଚାଲୁଛି । ଏହା ଠିକ୍ ନୁହେଁ,
ଖାଲି ଜୁନିୟର୍ ନୁହେଁ । ଆମେ ମଧ୍ୟ ସିନିୟର ବାରମ୍ବାର ମିଟିଂ କରୁଛୁ । ନବୀନ ପଟ୍ଟନାୟକଙ୍କ
ଦ୍ଵାରା ବିଜେଡି ପରିଚାଳିତ ହେଉ । ଅସନ୍ତୋଷ
ରହିଛି ବୋଲି ବୈଠକ ବସୁଛି ବୋଲି ବିଜେଡି ନେତା
ଭୂପିନ୍ଦର ସିଂହ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା