
ନୂଆଦିଲ୍ଲୀ, ୨୭ ଡିସେମ୍ବର (ହି.ସ.)- ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ସମୟରେ, କର୍ଣ୍ଣାଟକରୁ ଆସିଥିବା କର୍ମୀମାନେ ଦଳିତ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦାବି କରି ରାଜଧାନୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ପ୍ରତିବାଦ କରିଥିଲେ । ପ୍ରତିବାଦକାରୀମାନେ ବର୍ତମାନର ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କୁ ପରବର୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ଦାବି କରିଥିଲେ ।
ରାଜ୍ୟରେ ଦଳିତ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦାବି କରି ପ୍ରାୟ ଡଜନେ ପ୍ରତିବାଦକାରୀ ବ୍ୟାନର ଏବଂ ପୋଷ୍ଟର ଧରି ମୁଖ୍ୟାଳୟରେ ପହଂଚି ଥିଲେ । କର୍ମୀମାନେ ଜି. ପରମେଶ୍ୱରଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦେବାକୁ ଦାବି କରିଥିଲେ ।
ମୁଖ୍ୟାଳୟ ଭିତରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ମହାସଚିବ କେ.ସି. ଭେଣୁଗୋପାଳ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ