
ନୂଆଦିଲ୍ଲୀ, ୨୭ ଡିସେମ୍ବର(ହି.ସ.) – କଂଗ୍ରେସର ବରିଷ୍ଠ ନେତା ଏବଂ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ପାର୍ଟିର ବର୍ତମାନର କାର୍ଯ୍ୟପ୍ରଣାଳୀ ବିଶେଷକରି କେନ୍ଦ୍ରୀୟକରଣ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସଂଗଠନକୁ ଏବେ ଅଧିକ ବ୍ୟାବହାରିକ ଏବଂ ବିକେନ୍ଦ୍ରିତ କାର୍ଯ୍ୟକଳାପର ଆବଶ୍ୟକତା ଅଛି।
ଦିଗ୍ବିଜୟ ଏହି ବିଷୟ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଇକାଇ କଂଗ୍ରେସ କାର୍ଯ୍ୟସମିତି(ସିଡବ୍ଲ୍ୟୁସି)ର ଶନିବାର ଦିନ ଏଠାରେ ହୋଇଥିବା ବୈଠକରେ ଉଠାଇଥିଲେ। ସୂତ୍ର ମୁତାବିକ ବୈଠକ ଅବସରରେ ଦିଗ୍ବିଜୟ ଏହା ମଧ୍ୟ କହିଛନ୍ତି ଯେ କୌଣସି ବିଷୟରେ ରାହୁଲ ଗାନ୍ଧୀଙ୍କୁ ମନାଇବା ସହଜ ନୁହେଁ। ତେବେ ଦିଗ୍ବିଜୟଙ୍କ ଏହି ବୟାନ ଉପରେ ରାହୁଲ ଗାନ୍ଧୀ ହିନ୍ଦୁସ୍ଥାନ ସମାଚାରର ପ୍ରଶ୍ନ ଉପରେ ହସି କହିଛନ୍ତି ଯେ ଏହା ତାଙ୍କର(ଦିଗ୍ବିଜୟ ସିଂହ) ମତ ଅଟେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି