
ମୁମ୍ବାଇ, ୨୭ ଡିସେମ୍ବର (ହି.ସ.) – ମହାରାଷ୍ଟାର ଧାରାଶିବ ଜିଲ୍ଲାର ତୁଲଜାପୁର ତହସିଲର କେଶେଗ୍ରାମରେ ଶନିବାର ଦିନ କୂଅରୁ ମୋଟର ବାହାର କରିବା ସମୟରେ କରେଂଟ ଲାଗି ପିତା-ପୁତ୍ର ସହିତ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଜାଣିବାପରେ ତୁଲଜାପୁର ପୁଲିସ ଘଟଣାସ୍ଥଳରେ ପହଂଚି ୪ ଟି ଶବକୁ ଜବତ କରି ଧରାଶିବ ଗ୍ରାମୀଣ ହସ୍ପିଟାଲକୁ ପୋଷ୍ଟମୋଟମ ପାଇଁ ପଠାଇଛି । ଏହି ଘଟଣାର ତଦନ୍ତ ଚାଲିଛି ।
ଘଟଣାର ତଦନ୍ତ କରି ପୁଲିସ ଅଧିକାରୀ କହିଛନ୍ତି ଯେ, ଆଜି ଦ୍ୱିପ୍ରହରରେ କେଶେଗ୍ରାମର କିଶାନ ଗଣପତ ସାଖରେଙ୍କ କ୍ଷେତରେ କ୍ରେନ ସାହାଯ୍ୟରେ କୂଅରୁ ମୋଟର ବାହାର କରିବା କାର୍ଯ୍ୟ ଚାଲିଥିଲା । ଅଚାନକ କ୍ରେନର ଉପରି ଭାଗ ଉପରେ ଥିବା ହାଇଭୋଲଟେଜ ତାରକୁ ଛୁଇଁଥିଲ, ଯେଉଁଥିପାଇଁ କ୍ରେନରେ କରେଂଟ ଲାଗିବା କାରଣରୁ ମୋଟର ବାହାର କରିବାକୁ ଚେଷ୍ଟା କରୁଥିବା ୪ ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଘଟଣା ଜାଣିବା ପରେ ପୁଲିସ ତତ୍କାଳ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବକୁ ପୋଷ୍ଟମୋଟମ ପାଇଁ ଗ୍ରାମୀଣ ହସ୍ପିଟାଲ ପଠାଇଥିଲା ।
ଏହି ଘଟଣାରେ ମୃତକଙ୍କ ମଧ୍ୟରେ କାସିମ କୋଡ଼ିମ୍ବା ଫୁଲାରୀ (୫୪), ରତନ କାସିମ ଫୁଲାରୀ (୧୬), ରାମଲିଙ୍ଗ ନାଗନାଥ ସାଖରେ (୩୦) ଏବଂ ନାଗନାଥ ସାଖରେ (୫୫) ବୋଲି ଜଣାପଡ଼ିିଛି । ଏଥିମଧ୍ୟରୁ କାସିମ କୋଡ଼ିମ୍ବା ଏବଂ ରତନ ପିତା-ପୁତ୍ର ଥିଲେ ଏବଂ ରାମଲିଂଗ ଏବଂ ନାଗନାଥ ଶ୍ରମିକ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ