
ନୂଆଦିଲ୍ଲୀ, ୨୭ ଡିସେମ୍ବର(ହି.ସ.) – କଂଗ୍ରେସ ମନରେଗା ସମାପ୍ତ କରିବା ବିରୋଧରେ ୫ ଜାନୁଆରୀରୁ ମନରେଗା ବଚାଓ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ନିର୍ଣ୍ଣୟ ପାର୍ଟିର ସର୍ବୋଚ ନୀତି ନିର୍ଦ୍ଧାରକ ଏକକ କଂଗ୍ରେସ କାର୍ଯ୍ୟସମିତି(ସିଡବ୍ଲ୍ୟୁସି)ର ଶନିବାର ଦିନ ଏଠାରେ ହୋଇଥିବା ବୈଠକରେ ନିଆଯାଇଛି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖରଗେ ସିଡବ୍ଲ୍ୟୁସିର ବୈଠକ ପରେ ପାର୍ଟି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନରେ କହିଛନ୍ତି ଯେ ମନରେଗା କେବଳ ଯୋଜନା ନୁହେଁ, ପରନ୍ତୁ ଅଧିକାର ଆଧାରିତ ସଂରଚନା ଥିଲା, ଯାହା ଦେଶର କୋଟି କୋଟି ଗ୍ରାମୀଣ ଶ୍ରମିକଙ୍କୁ ନ୍ୟୁନତମ ମଜୁରୀର ଆଇନ୍ତଃ ଅଧିକାର ଦେଇଛି। ନୂଆ ବିବି-ଜି ରାମଜୀ ଯୋଜନା ପ୍ରତ୍ୟେକ୍ଷ ଅଧିକା ଢାଂଚା ଉପରେ ଆକ୍ରମଣ ଏବଂ ଏହା ରାଜ୍ୟର ସଂଘୀୟ ସଂରଚନା ଉପରେ ମଧ୍ୟ ଆକ୍ରମଣ ଅଟେ, କାହିଁକି ନା କେନ୍ଦ୍ର ଏବେ ରାଜ୍ୟ ଠାରୁ ଧନ ଫେରସ୍ତ ଆଣୁଛି। ଏହାର ପ୍ରଭାବ ଗରିବ ଜନତା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ଗଭୀର ଆଘାତ କରିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି