ସାଂସଦ କାକୋଳି ଘୋଷ ଦସ୍ତିଦାରଙ୍କ ପରିବାରର ଚାରି ଜଣଙ୍କୁ ଏସଆଇଆର ଶୁଣାଣି ନୋଟିସ ଜାରି
କୋଲକାତା, ୨୭ ଡିସେମ୍ବର (ହି.ସ.)- ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସମୀକ୍ଷା (ଏସଆଇଆର) ଶୁଣାଣି ପାଇଁ ତୃଣମୂଳ କଂଗ୍ରେସ ସାଂସଦ କାକୋଳି ଘୋଷ ଦସ୍ତିଦାରଙ୍କ ପରିବାରର ଚାରି ଜଣଙ୍କୁ ନିର୍ବାଚନ କମିଶନ ନୋଟିସ୍ କରିଛନ୍ତି । ନୋଟିସ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କାକୋଳିଙ୍କ ୯୦ ବର୍ଷୀୟା ମାଆ ଇରା ମିତ
ସାଂସଦ କାକୋଳି ଘୋଷ ଦସ୍ତିଦାରଙ୍କ ପରିବାରର ଚାରି ଜଣଙ୍କୁ ଏସଆଇଆର ଶୁଣାଣି ନୋଟିସ ଜାରି


କୋଲକାତା, ୨୭ ଡିସେମ୍ବର (ହି.ସ.)- ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସମୀକ୍ଷା (ଏସଆଇଆର) ଶୁଣାଣି ପାଇଁ ତୃଣମୂଳ କଂଗ୍ରେସ ସାଂସଦ କାକୋଳି ଘୋଷ ଦସ୍ତିଦାରଙ୍କ ପରିବାରର ଚାରି ଜଣଙ୍କୁ ନିର୍ବାଚନ କମିଶନ ନୋଟିସ୍ କରିଛନ୍ତି ।

ନୋଟିସ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କାକୋଳିଙ୍କ ୯୦ ବର୍ଷୀୟା ମାଆ ଇରା ମିତ୍ର ମଧ୍ୟ ଅଛନ୍ତି । ଏହା ବ୍ୟତୀତ ତାଙ୍କ ଭଉଣୀ ଏବଂ ଦୁଇ ପୁଅଙ୍କୁ ମଧ୍ୟ ଶୁଣାଣିରେ ଉପସ୍ଥିତ ରହିବାକୁ କୁହାଯାଇଛି । ଏହି ପଦକ୍ଷେପ ପାଇଁ ଘୋଷ ଦସ୍ତିଦାର ନିର୍ବାଚନ କମିଶନଙ୍କ ଉପରେ ଅନାବଶ୍ୟକ ହଇରାଣ ହରକତ କରିବାର ଅଭିଯୋଗ ଆଣିଛନ୍ତି ।

ପଶ୍ଚିମବଙ୍ଗରେ ଶନିବାର ଏସଆଇଆର ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଛି । କମିଶନ ସୂତ୍ର ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ, ଯେଉଁ ଭୋଟରଙ୍କ ନାମ ନୋ ମ୍ୟାପିଂ ତାଲିକାରେ ରହିଛି ସେମାନଙ୍କୁ ଡକାଯାଉଛି । ଏମାନେ ହେଉଛନ୍ତି ସେହି ଭୋଟର ଯେଉଁମାନେ ଗଣନା ଫର୍ମରେ ୨୦୦୨ ଭୋଟର ତାଲିକା ସହିତ ସେମାନଙ୍କର ଲିଙ୍କ୍ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି । କମିଶନ ଏବେ ଶୁଣାଣି ସମୟରେ ସେମାନଙ୍କର ଡକ୍ୟୁମେଂଟ ଯାଂଚ୍ କରୁଛନ୍ତି । ଏହି ପ୍ରକ୍ରିୟାର ଏକ ଅଂଶ ସ୍ୱରୂପ, ସାଂସଦ କାକୋଳି ଘୋଷ ଦସ୍ତିଦାରଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande