
ଜୟପୁର, ୨୮ ଡିସେମ୍ବର(ହି.ସ.) – ବୈପାରିଗୁଡ଼ା ଅଂଚଳରେ ସିରିଜ୍ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲମତାପୁଟର ବେଡାଲରୁ ଗୋଟିଏ ପରିବାର(ଓଡି ୦୫ ବିଏନ ୮୫୦୦) ନମ୍ବର କାର୍ ଯୋଗେ ବୈପାରିଗୁଡ଼ା ଆଡ଼କୁ ଆସୁଥିବାବେଳେ ବୈପାରିଗୁଡ଼ାରୁ ଜୟପୁର ଅଭିମୁଖେ ଯାଉଥିବା(ଓଡି୧୦ ଜି ୪୭୯୦) ନମ୍ବର କାର୍ ଯାଉଥିବାବେଳେ ୩୨୬ ନମ୍ବର ଜାତୀୟ ରାଜପଥ ମହୁଲି ଢ଼ାବା ନିକଟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଲମତାପୁଟ ବାଡେଲର ଦୁଇଜଣ ମହିଳା ଏବଂ ଜଣେ ୧୦ ବର୍ଷର ନାବାଳକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିବା ଦେଖି ତୁରନ୍ତ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତଙ୍କୁ ଉଦ୍ଧାର କରିବା ସହ ଜୟପୁର ଜିଲ୍ଲା ହସପିଟାଲକୁ ପଠାଇଥିଲେ। ସେହିପରି କୋଟା ଛକ ନିକଟସ୍ଥ ତିନି ବାଙ୍କ ଘାଟିରେ ଗୋଟିଏ ଚାରା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରି ଠାରୁ ମଧ୍ୟପ୍ରଦେଶର ବିଲାସପୁର ଯାଉଥିବାବେଳେ ଟ୍ରକର ବ୍ରେକ ଫେଲ୍ ହୋଇଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି