ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୫ ର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଚମକ, ଓଲିଉଡ୍ ନାଇଟ୍‌ରେ ଝୁମିଲେ ଦର୍ଶକ
କେନ୍ଦୁଝର, 29 ଡିସେମ୍ବର (ହି.ସ.) କେନ୍ଦୁଝରର ଗୌରବମୟ ଐତିହ୍ୟ ଓ କଳା-ସଂସ୍କୃତିର ମହାକୁମ୍ଭ ‘ଗୋନାସିକା ମହୋତ୍ସବ-୨୦୨୫’ ଏବେ ସଫଳତାର ସହ ଆଗକୁ ବଢ଼ୁଛି। ଗତକାଲି ହୋତ୍ସବର ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ଓ ଓଲିଉଡ୍‌ର ନାମୀ କଳାକାରଙ୍କ ପ୍ରଦର୍ଶନରେ କେନ୍ଦୁଝରର ସାଂ
Third day of gonasika


କେନ୍ଦୁଝର, 29 ଡିସେମ୍ବର (ହି.ସ.)

କେନ୍ଦୁଝରର ଗୌରବମୟ ଐତିହ୍ୟ ଓ କଳା-ସଂସ୍କୃତିର ମହାକୁମ୍ଭ ‘ଗୋନାସିକା ମହୋତ୍ସବ-୨୦୨୫’ ଏବେ ସଫଳତାର ସହ ଆଗକୁ ବଢ଼ୁଛି। ଗତକାଲି ହୋତ୍ସବର ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ଓ ଓଲିଉଡ୍‌ର ନାମୀ କଳାକାରଙ୍କ ପ୍ରଦର୍ଶନରେ କେନ୍ଦୁଝରର ସାଂସ୍କୃତିକ ପରିବେଶ ଉତ୍ସବମୁଖର ହୋଇଉଠିଛି।

ତୃତୀୟ ସନ୍ଧ୍ୟାର ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଲିଉଡ୍ ନାଇଟ୍, ଯେଉଁଠାରେ ବରେଣ୍ୟ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଏବଂ କୁଲଦୀପ ପଟ୍ଟନାୟକ ନିଜର ସୁମଧୁର ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ବିଭୋର କରିଥିଲେ।ଏଥିସହିତ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦ୍ଵାରା ପ୍ରତିଷ୍ଠିତ କାଠ କଣ୍ଢେଇ ନାଚ ସମସ୍ତଙ୍କ ମନ ଜିଣିଥିଲା। ଅନ୍ୟାନ୍ୟ ପ୍ରମୁଖ ସାଂସ୍କୃତିକ ପ୍ରଦର୍ଶନଗୁଡ଼ିକ ମଧ୍ୟରେ:

ବାରିପଦାର ଛଉ ନୃତ୍ୟ ଏବଂ କଳାହାଣ୍ଡି ଜିତେନ୍ଦ୍ର ଭୋଇ ଓ ଗ୍ରୁପଙ୍କ ଦ୍ୱାରା ଘୁମୁରା ନୃତ୍ୟ। ସମ୍ବଲପୁର ଓ ବଲାଙ୍ଗୀରର ଢୋଲମହୁରୀ ଏବଂ ମଥୁରାର ମୟୂରୀ ଲୋକନୃତ୍ୟ। ଆଦିବାସୀ ଓରାଓଁ ସଂଘ ଓ ବୌଦ୍ଧର ବାଉଁଶୁଣୀ ସାଂସ୍କୃତିକ ପରିଷଦ ଦ୍ୱାରା ଆଦିବାସୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

ଉପାସନା ଡାନ୍ସ ଏକାଡେମୀ, ଓମ୍ ସାଇ ଡାନ୍ସ ଏକାଡେମୀ, ଇନ୍ଦ୍ରଧନୁ, ଏବଂ ଖିରେଇଟାଙ୍ଗୀରି ପାର୍ବତୀୟ ସାଂସ୍କୃତିକ କଳା କେନ୍ଦ୍ର ପକ୍ଷରୁ ମଧ୍ୟ ଚିତ୍ତାକର୍ଷକ ପ୍ରଦର୍ଶନ କରାଯାଇଥିଲା।

ଉତ୍ସବର ଆଜିର ସନ୍ଧ୍ୟାରେ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିବା କେନ୍ଦୁଝର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୋମନାଥ ଦାସ ଓ ବିଭିନ୍ନ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାବୃନ୍ଦ ଶ୍ରୀମତୀ ଟୁନି ରଣା, ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାମଲ, ଶ୍ରୀମତୀ ଅସୀମା ମିଶ୍ର, ଶ୍ରୀଯୁକ୍ତ ରଥ ମୁଣ୍ଡା, ଶ୍ରୀଯୁକ୍ତ ଆଶିଷ ଚକ୍ରବର୍ତ୍ତୀ, ଶ୍ରୀମତୀ ଯାଜ୍ଞସେନୀ ମହାନ୍ତ, ଶ୍ରୀଯୁକ୍ତ ସୁରେନ୍ଦ୍ର ଜେନା, ଶ୍ରୀମତୀ ମଧୁସ୍ମିତା ଦାସ, ଶ୍ରୀମତୀ ମନୋଜ ମଞ୍ଜରୀ ରାଉତ, ଶ୍ରୀଯୁକ୍ତ ସଞ୍ଜୟ କୁମାର ମଲ୍ଲିକ, ଶ୍ରୀଯୁକ୍ତ ଉଦୟ ନାଏକ, ଶ୍ରୀଯୁକ୍ତ ପ୍ରଦୀପ କୁମାର ପ୍ରଧାନ, ଶ୍ରୀମତୀ ରମଣୀ ନାୟକ, ଶ୍ରୀମତୀ କ୍ଷୀରୋଦିନୀ ମହାକୁଡ଼, ଶ୍ରୀମତୀ ସୋମବାରୀ ମୁର୍ମୁ ଏବଂ ଶ୍ରୀଯୁକ୍ତ ରାଧାକାନ୍ତ ନାଏକଙ୍କୁ ଗୋନାସିକା ମଞ୍ଚରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ। ଓଲିଉଡ଼ ନାଇଟରେ କ୍ରିଷ୍ଣା ବେଉରା ଓ କୁଲଦୀପ ପଟ୍ଟନାୟକଙ୍କ ଚିତ୍ତାକର୍ଷକ ସଂଗୀତ ପରିବେଷଣ ଶୀତୁଆ ସନ୍ଧ୍ୟାକୁ ଉଷ୍ମତାରେ ଭରି ଦେଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande