ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ଚତୁର୍ଥ ସନ୍ଧ୍ୟା, ଓଡିଶା ଓ ଅନ୍ୟ ରାଜ୍ୟର ଷ୍ଟଲ ମାନଙ୍କରେ ଅସମ୍ଭବ ଭିଡ଼
ଭଦ୍ରକ, ୨୮ ଡିସେମ୍ବର (ହି.ସ.) - ଜଗତିକରଣର ପ୍ରଭାବ ଯୋଗୁ ବ୍ୟବସାୟୀକରଣ ଫଳରେ ସମଗ୍ର ବିଶ୍ୱ ଏକ ଗ୍ରାମରେ ପରିଣତ ହୋଇପାରିଛି। ଏବେ କ୍ରେତାମାନେ ବିକ୍ରେତାଙ୍କ ପାଖକୁ ଯିବାର ଆବଶ୍ୟକତା ନାହିଁ। ଏବେ ଦ୍ରବ୍ୟ ବିକୁଥିବା ବିକ୍ରେତାମାନେ ଖାଉଟିଙ୍କ ପାଖକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି।ଭଦ୍ରକ ବାଣି
BHADRAK BANIJYA MELA 4TH EVENING


ଭଦ୍ରକ, ୨୮ ଡିସେମ୍ବର (ହି.ସ.) - ଜଗତିକରଣର ପ୍ରଭାବ ଯୋଗୁ ବ୍ୟବସାୟୀକରଣ ଫଳରେ ସମଗ୍ର ବିଶ୍ୱ ଏକ ଗ୍ରାମରେ ପରିଣତ ହୋଇପାରିଛି। ଏବେ କ୍ରେତାମାନେ ବିକ୍ରେତାଙ୍କ ପାଖକୁ ଯିବାର ଆବଶ୍ୟକତା ନାହିଁ। ଏବେ ଦ୍ରବ୍ୟ ବିକୁଥିବା ବିକ୍ରେତାମାନେ ଖାଉଟିଙ୍କ ପାଖକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି।ଭଦ୍ରକ ବାଣିଜ୍ୟ ମେଳା ଭଦ୍ରକର ଅର୍ଥନୈତିକ ବିକାଶ ଆଣିବା ସଂଗେ ସଂଗେ ସାମଗ୍ରିକ ସମୃଦ୍ଧିରେ ସହାୟକ ହେବ ବୋଲି ଭଦ୍ରକର ସମରାଇପୁର ନାୟାର ପେଟ୍ରୋଲ ପମ୍ପ ନିକଟରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଆହ୍ୱାନ ଦେଇଛନ୍ତି।ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ ସଂସ୍ଥା ଓସ୍‌ମେ ଏବଂ ବିବିଏମ୍‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିବିଏମର ପୃଷ୍ଟପୋଷକ ଶଶିଶେଖର ବେହେରା ନିମନ୍ତ୍ରିତ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିବାବେଳେ ବିବିଏମର ସମ୍ପାଦକ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିଲେ। ଏହାପରେ ଓସ୍‌ମେର ଲେଡିଜ୍ ୱିଙ୍ଗ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯିବାପରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଏହାପରେ ଶ୍ରୀ ରାୟ ବାଣିଜ୍ୟ ମେଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବାପରେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ମୁଖ୍ୟଅତିଥି,ଧାମନଗର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଠ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଭଦ୍ରକ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଡ଼. ହୃଷିକେଶ ବେହେରା ପ୍ରମୁଖ ଯୋଗଦେଇ ଏହି ବାଣିଜ୍ୟ ମେଳାର ବିଶେଷତ୍ୱ ସମ୍ପର୍କରେ ଭାବ ଗର୍ଭକ ବକ୍ତବ୍ୟ ରଖିଥିଲେ। ଏହାପରେ ବିବିଏମର ପୃଷ୍ଟପୋଷକ ଶଶି ଶେଖର ବେହେରାଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶେଷରେ ଓସମେ ମହିଳା ଉଇଙ୍ଗର ସମ୍ପାଦକ ଶାକମ୍ବରୀ ପରିଡା ଧନ୍ୟବାଦ ଦେବାପରେ ଜିଲାର ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ତେବେ ଏହି ଜାତୀୟ ସ୍ତରୀୟ ବାଣିଜ୍ୟ ମେଳାର ଚତୁର୍ଥ ଦିନରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ଜନସାଧାରଣ ଆସି ନିଜ ମନା ପସନ୍ଦର ଜିନିଷ କ୍ରୟ କରୁଥିବାର ଦେଖା ଯାଇଛି।ଜନସମାଗମ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହି ମେଳାର ଆୟୋଜକ ଓସ୍‌ମେ ର ସମସ୍ତ କର୍ମକର୍ତାଙ୍କ ପ୍ରଚେଷ୍ଟାରେ ଗତ ୨୪ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୩୦ ତାରିଖରେ ଉଦଯାପିତ ହେବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande