ପ୍ରଦେଶ କଂଗ୍ରେସ ସେବା ଦଳ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର, ୨୮ ଡିସେମ୍ବର (ହି.ସ.) : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଶ୍ରୀଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପ
ପ୍ରଦେଶ କଂଗ୍ରେସ ସେବା ଦଳ କାର୍ଯ୍ୟକାରିଣୀ ବୈଠକ


ଭୁବନେଶ୍ୱର, ୨୮ ଡିସେମ୍ବର (ହି.ସ.) : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଶ୍ରୀଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଭକ୍ତଚରଣ ଦାସକହିଥିଲେ ଯେ, କଂଗ୍ରେସସେବାଦଳ ସଂଗଠନ କଂଗ୍ରେସ ଦଳର ଏକ ସ୍ୱତନ୍ତ୍ର ଅନୁଷ୍ଠାନ। ସେବାଦଳ ସୁଦୃଢ଼ ହୋଇପାରିଲେ ଦଳ ସୁଦୃଢ଼ହୋଇପାରିବ। ଏଥିପାଇଁସେବାଦଳର ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଅଧିକରୁ ଅଧିକ ଯୁବକ ଓ ଯୁବତୀମାନଙ୍କୁ ଜିଲ୍ଲାୱାରି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ।ଜିଲ୍ଲା ପ୍ରଶିକ୍ଷଣଶିବିର ପରେ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣଶିବିର ଅନୁଷ୍ଠିତ ହେବ। ସେହିପରି ବନ୍ୟା,ବାତ୍ୟା, ମରୁଡି ଓ ପ୍ରାକୃତିକ ବିପର୍ଯୟ ସମୟରେ ସେବାଦଳର କର୍ମୀମାନେ ଉପସ୍ଥିତରହି ପ୍ରପୀଡିତମାନଙ୍କୁ ସାହାଯ୍ୟ ଯୋଗାଇ ଦେବାଏବଂ ସ୍ୱାସ୍ଥ୍ୟ ଶିବିରମାନ ଅନୁଷ୍ଠିତ କରାଯାଇ ସେବାଦଳ କର୍ମୀମାନଙ୍କୁ ନିୟୋଜିତ କରିବାକୁ ବ୍ୟବସ୍ଥା କରାଯିବବୋଲି ଶ୍ରୀ ଦାସ ଆହ୍ୱାନ କରିଥିଲେ।ଏହି ଅବସରରେ ସେବାଦଳ ଅଧ୍ୟକ୍ଷ ଶ୍ରୀମହାନ୍ତି ସେବାଦଳ ପ୍ରତି ସମର୍ପଣ ସହିତ କାର୍ଯ୍ୟ କରିବାକୁ ଉପସ୍ଥିତକର୍ମୀମାନଙ୍କୁ ଶପଥ ପାଠକରାଇଥିଲେ।

ଶ୍ରୀବିରେନ ମୋହନ ପଟ୍ଟନାୟକ, ଜ୍ୟୋତିଷକୁମାରସାହୁ, ଏମ୍‌.ଡି. ସାହାଦୁଲ୍ଲା, ଉଷାରାଣୀବେହେରା ପ୍ରମୁଖସେବାଦଳ ସଂଗଠନକୁସୁଦୃଢ଼କରିବା ପାଇଁ ପରାମର୍ଶ ଦେଇଥିଲେ।ଶେଷରେ ନଳିନୀବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

--------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande