ଚତୁର୍ଥ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁହେଲ ବଡ ଫପସିକୁ ହରାଇ କୁରୁଲ ଦଳ ସେମିଫାଇନାଲକୁ ପ୍ରବେଶ
ବଲାଙ୍ଗିର, ୨୮ ଡିସେମ୍ବର (ହି.ସ.)- ଦୁହେଲ ସ୍ଥିତ ଡିଙ୍ଗର କୁଅଁର ଖେଳ ପଡିଆରେ ଡିଙ୍ଗର କୁଅଁର ଯୁବକ ସଂଘ, ଦୁହେଲ, ରାମଜି ଯୁବକ ସଂଘ ବରଣ୍ଡାବାହାଲ, ଭବାନି ଶଙ୍କର ଯୁବକ ସଂଘ କୁଟେନପାଲି ର ମିଳିତ ଆନୁକୁଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍
ଚତୁର୍ଥ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁହେଲ ବଡ ଫପସି କୁ ହରାଇ କୁରୁଲ ଦଳ ବିଜୟୀ


ଚତୁର୍ଥ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁହେଲ ବଡ ଫପସି କୁ ହରାଇ କୁରୁଲ ଦଳ ବିଜୟୀ


ବଲାଙ୍ଗିର, ୨୮ ଡିସେମ୍ବର (ହି.ସ.)- ଦୁହେଲ ସ୍ଥିତ ଡିଙ୍ଗର କୁଅଁର ଖେଳ ପଡିଆରେ ଡିଙ୍ଗର କୁଅଁର ଯୁବକ ସଂଘ, ଦୁହେଲ, ରାମଜି ଯୁବକ ସଂଘ ବରଣ୍ଡାବାହାଲ, ଭବାନି ଶଙ୍କର ଯୁବକ ସଂଘ କୁଟେନପାଲି ର ମିଳିତ ଆନୁକୁଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆଇନଜିବୀ ତଥା କଂଗ୍ରେସ ଏସ୍‌ସି ସେଲ୍ ରାଜ୍ୟ ସାଧାରଣ ସଂପାଦକ ଡ. ଅର୍ଜୁନ ମୁଗ୍ରୀ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଦୁହେଲ ଗଉଁନ୍ତିଆ ଗୋକୁଳ କୁଅଁର, ନବିନ ବେହେରା, କନ୍ଦର୍ପ ରାଏ, ଗୌରୀ ଶଙ୍କର ଖମାରୀ, ଏବଂ ଆଇନଜିବୀ ତୁଳସିରାମ ଜାଲ ମଂଚାସିନ ଥିଲେ । ବଡ ଫପସିକୁ ୧-୦ ଗୋଲ ରେ ହରାଇ କୁରୁଲ ଦଳ ସେମିଫାଇନାଲକୁ ପ୍ରବେଶ କରିଛି।

ଖେଳକୁ ବେଣୁପାଣି ବାଘ, ରାଧାକାନ୍ତ ବାଘ ଓ ବିମ୍ବାଧର ନାଗ ପରିଚାଳନା କରିଥିଲେ । ସହଯୋଗ କରିଥିଲେ ତେଜରାଜ ନନ୍ଦ, ହଳଧର ନାଗ, ଅଚ୍ୟୁତ ବେହେରା, ସୁଦାମ ଚରଣ ମେର୍ଲି ଏବଂ କମିଟି ସଦସ୍ୟବୃନ୍ଦ । ସଭାକୁ ପରିଚାଳନା କରିଥିଲେ ସାନନ୍ଦ ସାହୁ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande