ଶତାୟୁ ଧର୍ମପରାୟଣା ମହିଳାଙ୍କ ବିୟୋଗରେ ଶୋକ
ଗଞାମ, ୨୮ ଡିସେମ୍ବର (ହି.ସ.)- ଶତାୟୁ ଧର୍ମପରାୟଣା ମହିଳା ତୁଳସୀ ମହାରଣାଙ୍କ ବିୟୋଗ ରାମଚନ୍ଦ୍ରପୁର ଠାରେ ପୁତ୍ର ଇଂଜିନିୟର ସୁବାସ ଚନ୍ଦ୍ର ମହାରଣାଙ୍କ ବାସଭବନରେ ହୋଇଯାଇଛି । ତୁଳସୀଙ୍କ ବିୟୋଗରେ ଏହି ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତୁଳସୀଙ୍କ ପରଲୋକରେ ଓଡିଶା ଇସକଫ ରାଜ୍ୟ କାଉନସିଲ ସଦସ୍
ଶତାୟୁ ଧର୍ମାପରାୟଣ ମହିଳାଙ୍କ ବିୟୋଗ ରେ ଶୋକ


ଗଞାମ, ୨୮ ଡିସେମ୍ବର (ହି.ସ.)- ଶତାୟୁ ଧର୍ମପରାୟଣା ମହିଳା ତୁଳସୀ ମହାରଣାଙ୍କ ବିୟୋଗ ରାମଚନ୍ଦ୍ରପୁର ଠାରେ ପୁତ୍ର ଇଂଜିନିୟର ସୁବାସ ଚନ୍ଦ୍ର ମହାରଣାଙ୍କ ବାସଭବନରେ ହୋଇଯାଇଛି । ତୁଳସୀଙ୍କ ବିୟୋଗରେ ଏହି ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତୁଳସୀଙ୍କ ପରଲୋକରେ ଓଡିଶା ଇସକଫ ରାଜ୍ୟ କାଉନସିଲ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ଉପସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ଗତକାଲି ରାତିରେ ସୁବାଷ ମହାରଣା ମା'ଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଂଜଳୀ ଶୋକ ସଭା ଆୟୋଜନ କରିଥିଲେ। ବହୁ ବୁଦ୍ଧିଜୀବି ବ୍ଯକ୍ତି ଏଥିରେ ଯୋଗଦେଇ ତୁଳସୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି ଅବସରରେ ଏହି ଅଂଚଳର ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ନରନାରୀଙ୍କୁ ଅର୍ଣ୍ଣ ପ୍ରସାଦରେ ଆପ୍ଯାୟିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande