
କେନ୍ଦୁଝର, 28 ଡିସେମ୍ବର (ହି.ସ.)
କେନ୍ଦୁଝର କାଳୀ ପଡିଆରେ ଚାଲିଥିବା ଗୋନାସିକା କେନ୍ଦୁଝର ମେହାତ୍ସବ ୨୦୨୫ ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଶନିବାର କେନ୍ଦୁଝର ଜିଲା ଗୋଣ୍ଡ ସଂସ୍କୃତିକ ସମାଜ ତରଫରୁ ଗୋଣ୍ଡ ପାରମ୍ପାରିକ ଯୁଦ୍ଧ କଳା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଗୋଁଡ ସମ୍ପ୍ରଦାୟର ପରମ୍ପରା ଓ ସଂସ୍କୃତି ଉପରେ ପର୍ଯ୍ୟବେଷିତ ଯୁଦ୍ଧକଳା ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।
ଗୋଣ୍ଡ ସଂସ୍କୃତିକ ସମାଜ, କେନ୍ଦୁଝର ଦ୍ୱାରା ପ୍ରଦର୍ଶିତ ଗୋଣ୍ଡ ଜନଜାତିର ପାରମ୍ପାରିକ ଖଣ୍ଡା ନୃତ୍ୟ।ଏହି ନୃତ୍ୟ କେବଳ ଏକ କଳା ନୁହେଁ, ବରଂ ପୂର୍ବପୁରୁଷମାନଙ୍କ ଠାରୁ ପ୍ରାପ୍ତ ଏକ ଗୌରବମୟ ଯୁଦ୍ଧ ପରମ୍ପରା। ଏହି ପାରମ୍ପରିକ ଖଣ୍ଡା ନୃତ୍ୟ ଗୋଣ୍ଡ ସମାଜର ମହିଳା ମାନଙ୍କୁ ଶିକ୍ଷା ଦିଆଯାଏ I ମହିଳାମାନେ ପ୍ରତି ପଲ୍ଲୀରେ ଅନୁଷ୍ଠିତ ହେଉଥିବା ଗୌରୀ ପୂଜା ସମୟରେ ଏହି ଖଣ୍ଡା ନୃତ୍ୟ ପରିବେଷଣ କରିଥାଆନ୍ତି। ଗୁରୁ ନିର୍ମଳ ଚନ୍ଦ୍ର ନାୟକ ଏହି ଖଣ୍ଡା ନୃତ୍ୟର ନିର୍ଦ୍ଦେଶନା ଦେଇଥିବାବେଳେ ଯୁଦ୍ଧକଳା ର ସ୍ୱର ସଂଯୋଗ ଗୁରୁ ଅର୍ଜୁନ ନାୟକ ଦେଇଥିଲେ । ଏହି ସଂସ୍କୃତି କଯ୍ୟକ୍ରମକୁ ଗୋଁଡ ସାଂସ୍କୃତିକ ସମାଜର ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକ, ଉପ ସଭାପତି କିରଣବାଳା ନାୟକ , ଅନାଦି ଚରଣ ନାୟକ, ସମ୍ପାଦକ ଚକ୍ରଧର ନାୟକ , ଦିଗମ୍ବର ଖଣ୍ଡା, ଅପୂର୍ବ ନାୟକ, ଗୋବିନ୍ଦ ଚନ୍ଦ୍ର ନାୟକ, ରାଧକାନ୍ତ ନାୟକ , ଗୋଳଖ ମାନସିଂହ , ଦୟାନିଧୁ ଖଣ୍ଡା, ଫକୀର ଚନ୍ଦ୍ର ଖଣ୍ଡା , ଉମାକାନ୍ତ ନାୟକ , ଦିଗାମ୍ବର ଦଣ୍ଡପାଟ ,ଜୟନ୍ତୀ ସିଂହ ଏବଂ ରମେଶ ଚନ୍ଦ୍ର ଖଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA