୧୯୭୫ ମସିହା ଷଷ୍ଠ ଶ୍ରେଣୀ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନ
ଜୟପୁର,, 28 ଡିସେମ୍ବର (ହି.ସ.) ଜୟପୁର ସହରର ସରକାରୀ ଉଛ ବିଦ୍ୟାଳୟରେ ୧୯୭୫ ମସିହାରେ ଅଧ୍ୟୟନ ରତ ଛାତ୍ର ମାନେ ଆଜି ବିଦ୍ୟାଳୟ ପରିସରରେ ଅଧ୍ୟୟନର ୫୦ ବର୍ଷ ପୂର୍ତ୍ତିଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ କେହି ଡାକ୍ତର ଇଞ୍ଜିନିୟର ସରକାରୀ ଅଧିକାରୀ ଏବଂ କର୍ମଚାରୀ ବ
୧୯୭୫ ମସିହା ଷଷ୍ଠ ଶ୍ରେଣୀ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନ।


ଜୟପୁର,, 28 ଡିସେମ୍ବର (ହି.ସ.)

ଜୟପୁର ସହରର ସରକାରୀ ଉଛ ବିଦ୍ୟାଳୟରେ ୧୯୭୫ ମସିହାରେ ଅଧ୍ୟୟନ ରତ ଛାତ୍ର ମାନେ ଆଜି ବିଦ୍ୟାଳୟ ପରିସରରେ ଅଧ୍ୟୟନର ୫୦ ବର୍ଷ ପୂର୍ତ୍ତିଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ କେହି ଡାକ୍ତର ଇଞ୍ଜିନିୟର ସରକାରୀ ଅଧିକାରୀ ଏବଂ କର୍ମଚାରୀ ବ୍ୟବସାୟୀ କିମ୍ବା ପିଅନ ରହି ଥିଲେ ସୁଦ୍ଧା ସମସ୍ତେ ଆଲିଙ୍ଗନ କରିଥିବା ଦୃଶ୍ୟ ହୃଦୟକୁ ଛୁଇଁ ଥିଲା ଡ ନୀଳାଚଳ ଶିଂଗ ଡ ରାଜ କୁମାର ହୋତା କେ ମୋହନ ରାଓ ସୁଧାକର ପଟ୍ଟନାୟକ ସିମଞ୍ଚଳ ଗନ୍ତାୟତ ବୃନ୍ଦାବନ ମହାନ୍ତି ମୋନଜ ଦାସ ଚନ୍ଦ୍ର ଭୂଷଣ ଚୌଧୁରୀ ସତ୍ୟ ରାୟ ପେରି ଶଙ୍କର ରାଓ ଏମ ଡି ହମିଦ ଅରୁଣ ପଣ୍ଡା ସୁନିଲ ପଟ୍ଟନାୟକ ପିଟା ଶଙ୍କର ରାମ ଚନ୍ଦ୍ର ନେପାକ କାଳି ସାବତ ସୁନିଲ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସାଥିଙ୍କ ବିଗତ ଦିନର ଅଭୁଲା ସ୍ମୁତି ସମସ୍ତଙ୍କ ହୃଦୟକୁ ଛୁଇଁଥିଲା ଏବଂ ଶ୍ରୀନିବାସ ପଟ୍ଟନାୟକଙ୍କ ହଟାତ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନୁପସ୍ଥିତକୁ ଝୁରି ଥିଲେ ସମସ୍ତେ। ଏହି ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପ୍ରାକ୍ତନ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ବିଗତ ଦିନର ସ୍ମୃତିକୁ ସାଉଁଟି ଥିଲେ ଏବଂ ଆଗାମୀ ଦିନରେ କିଏ ଛିଡିବ କିଏ ରୋହିବ ତାହାକୁ ଅନିଶ୍ଚିତତା ରହିଥିବା ଯୋଗୁଁ ଆଜି ଏକାଠି ହୋଇଥିବା ବାଲ୍ୟବନ୍ଧୁ ଖୁଶିବ୍ୟକ୍ତ କରିବା ସହ ଦିବଙ୍ଗତ ସାଥୀ ଏବଂ ଶିକ୍ଷକ ମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ଏହା ସହ ଗୁରୁ ଏବଂ ଗୋବିନ୍ଦ ଙ୍କ ମଧ୍ୟରୁ ପ୍ରଥମେ ମୁଁ ଗୁରୁଙ୍କୁ ପ୍ରଣାମ କରିବି ବୋଲି ଡ ନୀଳାଚଳ ସିଂଗ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande