ଜୟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ
ଜୟପୁର, ୨୮ ଡିସେମ୍ବର (ହି.ସ.)- ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ ହୋଇଛି । କଂଗ୍ରେସ ଆଜି ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଜିଲା କଂଗ୍ରେସ ଭବନ ଠାରେ ଜୟପୁର ନଗର କଂଗ୍ରେସ ସଭାପତି ତଥା ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗଦେଇ ପ
କଂଗ୍ରେସର   ପ୍ରତିଷ୍ଠା  ଦିବସ   ପାଳିତ


ଜୟପୁର, ୨୮ ଡିସେମ୍ବର (ହି.ସ.)-

ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ ହୋଇଛି । କଂଗ୍ରେସ ଆଜି ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଜିଲା କଂଗ୍ରେସ ଭବନ ଠାରେ ଜୟପୁର ନଗର କଂଗ୍ରେସ ସଭାପତି ତଥା ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ମଦନ ମୋହନ ନାୟକ, ହସନ ମଦାନି, ନିହାର ବିଷୋୟୀ, କାନ୍ତ ପାଢୀ, ଏ. ରମେଶ, କୈଳାଶ ବିଷୋୟି, ବସନ୍ତ ନାୟକ, ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପତାକା ଉତ୍ତୋଳନ କରିଥିବା ବେଳେ ମହାତ୍ମଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ରାଜ୍ୟରେ ବେକାରି ସମସ୍ୟା, ଜିଲାଭିତ୍ତିକ ନିଯୁକ୍ତି, ବେକାର ବେକାରି ଯୁବତୀଙ୍କୁ ଥଇଥାନ, ଚାଷୀ ହନ୍ତସନ୍ତ, ଦୁର୍ନିତି ଭ୍ରଷ୍ଟାଚାରରେ ବୁଡିଛି ସରକାର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତରଙ୍କ ମରୁଡି, ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡି ଦେଖାଯାଇଛି । ଏସବୁ ସମସ୍ୟାର ସମାଧାନ କରିବା ପରିବର୍ତେ ନିଜ ଦଳ ସ୍ଵାର୍ଥ ପାଇଁ ଧ୍ୟାନ ଦେଉଛନ୍ତି ସରକାର । କଂଗ୍ରେସ ଦଳ ଗରିବଙ୍କ ଦଳ, ଗରିବ ଲୋକଙ୍କ ସହିତ କଂଗ୍ରେସ ଦଳ ରହିଛି ଆଗକୁ ମଧ୍ୟ ଦଳ ରହିବ ବୋଲି ଉପସ୍ଥିତ କଂଗ୍ରେସ ନେତା ମାନେ ମତବ୍ୟକ୍ତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande