ଆଗାମୀ ୫ ଦିନ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା : ଆଗାମୀ ୨୪ ଘଂଟା ମଧ୍ୟରେ ୧୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ
ଭୁବନେଶ୍ୱର, ୨୮ ଡିସେମ୍ବର (ହି.ସ.)- ଆଗାମୀ ୫ ଦିନ ମଧ୍ୟରେ ଅର୍ଥାତ୍ ଜାନୁଆରୀ ୨ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ବିଶେଷ କରି ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ୍ ୨୯ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା
ଆଗାମୀ ୫ ଦିନ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା


ଭୁବନେଶ୍ୱର, ୨୮ ଡିସେମ୍ବର (ହି.ସ.)- ଆଗାମୀ ୫ ଦିନ ମଧ୍ୟରେ ଅର୍ଥାତ୍ ଜାନୁଆରୀ ୨ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ବିଶେଷ କରି ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ।

ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ୍ ୨୯ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ୧୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି କଳାହାଣ୍ଡି, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଖୋର୍ଦ୍ଧା, ସମ୍ବଲପୁର, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୁଳ ଏବଂ ଯାଜପୁର ।

ସେହିପରି ୨୯ ତାରିଖ ସକାଳ ଠାରୁ ଆସନ୍ତା ୩୧ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ୧୫ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି କଳାହାଣ୍ଡି, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଖୋର୍ଦ୍ଧା, ସମ୍ବଲପୁର, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ ଏବଂ ଯାଜପୁର ।

ଅନୁରୂପ ଭାବେ ୩୧ ତାରିଖ ସକାଳ ଠାରୁ ଜାନୁଆରୀ ୨ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ୧୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ପୁରୀ ଏବଂ ସୁନ୍ଦରଗଡ଼ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande