ଜୟହିନ୍ଦ ଉଚ୍ଚ ବିଦ୍ୟାଳୟ, ଦାଣ୍ଡିସାହି ୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ସମାରୋହ
କେନ୍ଦ୍ରାପଡ଼ା, ୨୮ ଡିସେମ୍ବର (ହି.ସ.)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଜୟହିନ୍ଦ ଉଚ୍ଚ ବିଦ୍ୟାଳୟ, ଦାଣ୍ଡିସାହି ଠାରେ ୧୯୮୦ ମାଟ୍ରିକ ବ୍ୟାଚ୍ ଛାତ୍ର-ଛାତ୍ରୀଙ୍କର ବନ୍ଧୁ ମିଳନ ସମାରୋହ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନ୍ୟୁନ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରେମାନନ୍ଦ ପ୍
ଜୟହିନ୍ଦ ଉଚ୍ଚ ବିଦ୍ୟାଳୟ, ଦାଣ୍ଡିସାହି୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ସମାରୋହ


କେନ୍ଦ୍ରାପଡ଼ା, ୨୮ ଡିସେମ୍ବର (ହି.ସ.)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଜୟହିନ୍ଦ ଉଚ୍ଚ ବିଦ୍ୟାଳୟ, ଦାଣ୍ଡିସାହି ଠାରେ ୧୯୮୦ ମାଟ୍ରିକ ବ୍ୟାଚ୍ ଛାତ୍ର-ଛାତ୍ରୀଙ୍କର ବନ୍ଧୁ ମିଳନ ସମାରୋହ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନ୍ୟୁନ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଆୟୋଜନ ହୋଇଥିଲା ଏବଂ ଏଥିରେ ପ୍ରଦୀପ୍ତ ବିଶ୍ଵାଳ, ଭାସ୍କର ମଲ୍ଲିକ, ଗୁରୁଚରଣ ବିଶ୍ଵାଳ, ରଞ୍ଜିତ୍ ସାହୁ ଓ ପ୍ରଦୀପ ମଲ୍ଲିକ ଇତ୍ୟାଦି ଉପସ୍ଥିତ ରହି ସଭାକାର୍ଯ୍ୟ ସୁପରିଚାଳନା କରିଥିଲେ। ଛାତ୍ରଛାତ୍ରୀଙ୍କ ପୁରୁଣା ଅନୁଭୂତି ପରିପ୍ରକାଶ ସଭାକାର୍ଯ୍ୟକୁ ଅଧିକ ମୁଖରିତ କରିଥିଲା। ସମାରୋହରେ ସମସ୍ତ ସହପାଠୀ ଓ ସହପାଠୀନୀଙ୍କ ସକ୍ରିୟ ଯୋଗଦାନ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ଥିଲା। ବିଶେଷଭାବରେ ସ୍ବାମୀ-ସ୍ତ୍ରୀଙ୍କର ଭାବପୂର୍ଣ୍ଣ ଯୋଗଦାନ ଆବେଗାତ୍ମକ ଥିଲା ଓ ସେମାନେ ଉତ୍ସବକୁ ଉପଭୋଗ କରିବାରେ କେହି ଉଣI କରିନଥିଲେ। ଉନ୍ନତମାନର ଖାଦ୍ୟ ପ୍ରସ୍ତୁତି ଓ ସର୍ବାଙ୍ଗୀନ ସୁବିଧା ସୁଯୋଗ ଉତ୍ସବକୁ ବହୁଗୁଣିତ କରିଥିଲା। ବିଦ୍ୟାଳୟର ବର୍ତ୍ତମାନର ଶିକ୍ଷକ ଓ କର୍ମଚାରୀମାନେ ତଥା ଦର୍ଶକମାନେ ଉପସ୍ଥିତ ରହି ଉତ୍ସବକୁ ମନଭରି ଉପଭୋଗ କରିଥିଲେ। ଉତ୍ସବର ଅନନ୍ୟ ଦୃଶ୍ୟ ଓ ପୁରାତନ ଛାତ୍ରଛାତ୍ରୀଙ୍କର ମନୋଭରା ନାଚ ବିଦ୍ୟାଳୟ ପରିସରକୁ ଆନନ୍ଦ ମୁଖରିତ କରିଥିଲା। ଲାଗୁଥିଲା ସତେ ଯେମିତି ସମସ୍ତେ ନିଜକୁ କିଶୋର ବୟସର ଛାତ୍ରଛାତ୍ରୀ ଭାବେ ଅନୁଭବ କରୁଥିଲେ। ଏହି ଉତ୍ସବରେ କୈଳାଶ ବାରିକ, ପିତାମ୍ବର ମଲ୍ଲିକ, ସୁବାଷ ଓଝା, କମଳା ମଲ୍ଲିକ, ପ୍ରେମଲତା ବିଶ୍ଵାଳ, ବିଜୟ ପ୍ରଧାନ, ଅଶୋକ ଦାସ, ବିଜୟ ବିଶ୍ଵାଳ, ଶ୍ରୀନିବାସ ବିଶ୍ଵାଳ, ପ୍ରଫୁଲ୍ଲ ସେଠୀ, ଶରତ ସେଠୀ, ନିରଞ୍ଜନ ବିଶ୍ୱାଳ, ଯଯାତି ମଲ୍ଲିକ, ଅକ୍ଷୟ ମଲ୍ଲିକ, ମାଧବ ଶର୍ମା, ଶଶିକାନ୍ତ ବାରିକ୍ ଇତ୍ୟାଦି ଉପସ୍ଥିତ ରହି ଉତ୍ସବର ସୁପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟ ଓ ଧୋୟା ଅଞ୍ଚଳର ଉନ୍ନତି କଳ୍ପେ ଏହି ସଂଗଠନ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲା।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande