
ଜୟପୁର, ୨୮ ଡିସେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ଗଠନ ହେବାର ଦୀର୍ଘ ୧ ବର୍ଷ ୮ ମାସ ପରେ ବିଭିନ୍ନ ଜିଲ୍ଲାର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସମେତ ଅନ୍ୟାନ୍ୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ କୋର୍ଟ ଗୁଡିକରେ ନୂତନ ସରକାରୀ ଆଇନଜୀବି ମାନଙ୍କୁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି । ଏଥିନେଇ ଗତ ୨୪ ତାରିଖରେ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ବିଭିନ୍ନ କୋର୍ଟର ନୂତନ ଆଇନଜୀବି ମାନଙ୍କୁ ନିଯୁକ୍ତି ନେଇ ସୂଚି ଜାରୀ କରାଯାଇଛି । ଜୟପୁରସ୍ଥିତ ଜିଲ୍ଲା ସିଭିଲ କୋର୍ଟରେ ସରକାରୀ ଆଇନଜୀବି (ଜି.ପି) ଭାବେ ବରିଷ୍ଠ ଆଇନଜୀବି ଭୁବନ ମୋହନ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଜିଲ୍ଲା ତଥା ଦୌରା ଜଜ୍ କୋର୍ଟରେ ଏନ.ଡି.ପି.ଏସ ଧାରା ପାଇଁ ସ୍ପତନ୍ତ୍ର ସରକାରୀ ଆଇନଜୀବି(ପି.ପି.) ସୁଧାଂଶୁ କୁମାର ପାଢି ଏବଂ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ନିମନ୍ତେ ସ୍ବତନ୍ତ୍ର ପି.ପି. ଭାବେ କିଶୋର ଚନ୍ଦ୍ର ମିଶ୍ର, ଅତିରିକ୍ତ ଜିଲା ଜଜ୍ କୋର୍ଟରେ ଅତିରିକ୍ତ ଜି.ପି ଭାବେ ସିମାଞ୍ଚଳ ଡିସାରୀ, ସ୍ବତନ୍ତ୍ର ପି.ପି(ଏନଡିପିଏସ) ଭାବେ ତେଜେଶ୍ବର ପଣ୍ଡା, ସ୍ବତନ୍ତ୍ର ପିପି ( ଅନୁସୂଚିତ ଜାତି ଓ ଜାନଜାତି ) ଭାବେ ଜ୍ୟୋତି ରଞ୍ଜନ ପୂଜାରୀ, ପୋକ୍ସୋ ତଥା ଏଡିଜେ ସ୍ବତନ୍ତ୍ର କୋର୍ଟରେ ସ୍ବତନ୍ତ୍ର ପି.ପି. ଭାବେ ପି.ସନ୍ୟାସୀ ରାଓ, ଏଡିଜେ ତଥା ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟରେ ସ୍ବତନ୍ତ୍ର ପି ପି ଭାବେ ସୁରେଶ କୁମାର ହଡପ, ସିଜେଏମ କୋର୍ଟରେ ସହାୟକ ଆଇନଜୀବି ଭାବେ ଗିରିଧର ଖରା, ସହକାରୀ ପିପି ଭାବେ ଗଙ୍ଗାଧର ନାୟକ ଏବଂ ଗୁପ୍ତେଶ୍ବର ଗନ୍ତାୟତଙ୍କୁ ନିଯୁକ୍ତି ଦିଆଯାଇଛି । ସିଭିଲ ଜଜ୍ (ବରିଷ୍ଠ ) ତଥା ମହିଳା କୋର୍ଟରେ ଅତିରିକ୍ତ ସରକାରୀ ଆଇନଜୀବି ଭାବେ ପି. ଇଶ୍ବର ରାଓ, ସହାୟକ ଆଇନଜୀବି ଭାବେ ସସ୍ମିତା ଦଣ୍ଡସେନା, ସହକାରୀ ପିପି ଭାବେ ମନୋରଞ୍ଜନ ରାଉତରାୟ, ସଭିଲ ଜଜ୍ (କନିଷ୍ଠ) ତଥା ଏସଡିଜେଏମ କୋର୍ଟରେ ସହକାରୀ ପିପି ଦିନେଶ ନନ୍ଦ, ଜେଏମଏଫ କୋର୍ଟରେ ସହକାରୀ ପିପି ଭାବେ ମୀନକେତନ ପରିଚ୍ଛା, ନିରୋଜ କୁମାର ନାୟକ, ରାଜେନ୍ଦ୍ର କୁମାର ସାନ୍ତ୍ରା, ଜୁଭେନାଇଲ ଜଷ୍ଟିସ ବୋର୍ଡର ସହକାରୀ ପିପି ଉମାକାନ୍ତ ସାହୁ, ଗଣେନ୍ଦ୍ର ନାୟକ ପଟ୍ଟନାୟକ, ପ୍ରବେଶନ ସିଭିଲ ଜଜ୍ କୋର୍ଟରେ ସହକାରୀ ପିପି ପ୍ରଜ୍ଞା କୁମାରୀ ବେବର୍ତ୍ତା, ଜେଏମଏଫସି (ଏଲଆର)ରେ ସହକାରୀ ପି.ପି. ଦୀନକୃଷ୍ଣ ତ୍ରିପାଠୀ।
ସେହିପରି କୋରାପୁଟସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ସିଭିଲ ଅତିରିକ୍ତ ଜି.ପି. ଭାବେ ସୁଦର୍ଶନ ଗୌଡ, ସହକାରୀ ଆଇନଜୀବି ଭାବେ ସସ୍ମିତା ରାଣି ସାହୁ, ସ୍ବତନ୍ତ୍ର ପିପି (ଏନଡିପିଏସ) ଶରତ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଅନୁସୂଚିତ ଜାତି ଓ ଜନଜାତି ଧାରା ପାଇଁ ନୃପେନ୍ଦ୍ର ନାରାୟଣ ସିଂ, ପୋକ୍ସ କୋର୍ଟ ପାଇଁ କାମାକ୍ଷୀ ପ୍ରସାଦ ସାହୁ, ସିଭିଲ ଜଜ୍ (ବରିଷ୍ଠ) କୋର୍ଟରେ ଅତିରିକ୍ତ ଜି.ପି. ସୁଦର୍ଶନ ମାଝି ଏବଂ ସିଭିଲ ଜଜ (କନିଷ୍ଠ)ରେ ଅତିରିକ୍ତ ଜିପି ଚିତ୍ତରଞ୍ଜନ ଶତପଥି ଏବଂ ପ୍ରଶାନ୍ତ କୁମାର ପାତ୍ର, ଏସଡିଜେଏମ ସହକାରୀ ପିପି ଅଶ୍ବିନୀ କୁମାର ପଟ୍ଟନାୟକ, କେଦାରନାଥ ସେନାପତି, ପ୍ରଭାତ କୁମାର ମହାପାତ୍ର, ଜେଏମଏଫସି ଅତିରିକ୍ତ ପିପି ରମେଶ ଚନ୍ଦ୍ର କୁମାର, ସଞ୍ଜୟ କୁମାର ଝା, ପ୍ରମୋଦ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।
ସେହିପରି ଲକ୍ଷ୍ମୀପୁର ଜେଏମଏଫସି ନିମନ୍ତେ ୨ ଜଣ, ବୋରିଗୁମ୍ମା, ଦଶମନ୍ତପୁର, ଲମତାପୁଟ, ସେମିଳଗୁଡା କୁନ୍ଦୁରା, ପ୍ରଭୃତି ସ୍ଥାନରେ ରହିଥିବା ସିଭିଲ ଜଜ୍ (କନିଷ୍ଠ), ଜେଏମଏଫସି, ଗ୍ରାମାଞ୍ଚଳ ନ୍ୟାୟାଳୟ ଏବଂ କାର୍ଯ୍ୟକାରୀ ମାଜିଷ୍ଟେଚ କୋର୍ଟରେ ସମୁଦାୟ ୧୯ ଜଣଙ୍କୁ ସହାକାରୀ ପି.ପି. ଭାବେ ନିଯୁକ୍ତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି