
ଧର୍ମଶାଳା, ୨୮ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼କଏମା ପଂଚାୟତର ଡ଼ିଗିରିପଡିଆ ଗ୍ରାମର ଗାୟତ୍ରୀ ପରିବାର ପକ୍ଷରୁ ଜନ୍ମ ଶତାବ୍ଦୀ ଉପଲକ୍ଷେ ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ ହୋଇଛି । ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ଏକ କଳସ ଶୋଭାଯାତ୍ରା ବାହାରି କେଲୁଅ ନଦୀ କୂଳରେ ପହଂଚିି ଥିଲେ । ସେଠାରୁ ନଦୀରୁ କଳସରେ ପାଣି ଆଣି କାଏମା ବଜାର ପରିକ୍ରମା କରି ଗାଁ ମଣ୍ଡପ ରେ ପହଁଚି ଥିଲେ । ଏହି ଶୋଭାଯାତ୍ରା ବେଳେ ଭଜନ କୀର୍ତନ ସହ ହରେ କୃଷ୍ଣ ହରେ ରାମ ନାମରେ ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା । ସେହିପରି ସଂନ୍ଧ୍ୟା ୭ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ଦୀପମହାଯଜ୍ଞର କାର୍ଯ୍ୟକ୍ରମ ରହିଛି । ରବିବାର ସକାଳ ୬ ଟାରୁ ୮ଟା ପର୍ଯ୍ୟନ୍ତ ସାମୁହିକ ଜପ, ଯୋଗ ଓ ୯ ଘଟିକା ଠାରୁ ଯଜ୍ଞ,ସଂସ୍କାର ଏବଂ ପୂର୍ଣାହୁତି କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ମନୋଜ ମହାରଣା, ଜଗବନ୍ଧୁ ମହାରଣା, ଉତମ କୁମାର ମନ୍ଥନ, ସୁବାସ ସାହୁ, ଭରତ ସାହାଣୀ, ରଙ୍ଗଲତା ସାହୁ, ଚାରୁଲତା ସାହୁ, ସୁରେନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସାହୁ, ହେମଲତା ସାହୁ, ରୁକ୍ମିଣୀ ମହାରଣା, ଶୁଭଶ୍ରୀ ସାହୁ ଓ ଗାୟତ୍ରୀ ପରିବାରର ସଦସ୍ୟ ମାନେ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ